‘ନୀଳ ଆକାଶରେ ଝଡ଼ ‘ପ୍ରଦର୍ଶିତ
ଭୁବନେଶ୍ୱର (ଓ୍ବାଇଏନଏସ): ଓଡିଶା ଖଣି ନିଗମର ବାର୍ଷିକ ସାଂସ୍କୃତିକ ଉତ୍ସବ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ନାଟକ ‘ନୀଳ ଆକାଶରେ ଝଡ଼ ମଞ୍ଚସ୍ଥ ହୋଇଯାଇଛି। ନୀଳକଣ୍ଠ ଦାସଙ୍କ ପରିବାର ସହିତ ଦେଖିବାକୁ ମିଳିଥିଲା ଗୋଟେ ଘଟଣା, ଯାହା ସମୟ ଚକ୍ର ରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ପରିବାର ର ବୋଝ ସମ୍ଭାଳିବା କୁ ନେଇ ନୀଳକଣ୍ଠ ବାବୁ ନିଜକୁ ହଜାଇଦିଅନ୍ତି,ପୁଅ, ବୋହୁ,ସ୍ତ୍ରୀଙ୍କ ଗହଣରେ । ବଡପୁଅ ନିଶିକାନ୍ତ ଦାସ ଙ୍କ ସଚୋଟପଣିଆ ହାରମାନି ନ ଥିଲା । ସାମାଜିକ ନାଟକ ଟି ବେଶ ହୃଦୟସ୍ପର୍ଶୀ ହୋଇଥିଲା । ଅଧ୍ୟାପକ ନାଟ୍ୟକାର, ଗୋଲକ ମହାରଣାଙ୍କ ଉକ୍ତ ନାଟକ ରେ ନିର୍ଦ୍ଧେଶକ ତ୍ରିନାଥ ବାରିକ, ସହ ନିର୍ଦ୍ଧେଶକ ଭାବେ ସାରସ୍ୱତ ମଞ୍ଚ, ଅଭିନେତା ନିର୍ଦ୍ଧେଶକ ସୁବାସ ପଣ୍ଡା, ଜିତେନ୍ଦ୍ର ପଟନାୟକ,ଅଶୋକ ବେହେରାଙ୍କ ଚମତ୍କାର ନିର୍ଦେଶନା ବେଶ ମନୋମୁଗ୍ଧକାର ହୋଇଥିଲା । ଅତିଥି ଭାବେ ଓଡିଶା ମାଇନିଂ କର୍ପୋରେସନ ନିର୍ଦ୍ଧେଶକ ଏଚ, ଆର ଆଲୋକ ପାଉଲ,ସତ୍ୟଜିତ ମହାନ୍ତି,ମଳୟ ରଞ୍ଜନ କର ଉପସ୍ଥିତ ଥିଲେ.