ଅପରାଧ ପ୍ରବଣତା ମାନସିକତାରୁ ମୁକ୍ତ କରିବା ପାଇଁ କଏଦୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା

କୋଣାର୍କ – (ଗଣେଶ ଚନ୍ଦ୍ର ବେହେରା) :ପୁରୀ ଜିଲ୍ଲା କାରାଗାର ମଧ୍ୟରେ ଥିବା କଏଦୀ ମାନଙ୍କୁ ସାକ୍ଷର କରି ସେମାନଙ୍କ ମନରୁ ଅପରାଧ ପ୍ରବଣତା ମନିବୃତ୍ତି ରୁ ଦୂରେଇବା ପାଇଁ ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଏଦୀ ମାନଙ୍କ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ପୁରୀ ଜିଲ୍ଲା ମୁଖ୍ୟ କାରାଗାରରେ ୬୬୨ ଜଣ କଏଦୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮ ଜଣ ନିରକ୍ଷର କଏଦୀଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନ ନିଷ୍ପତିକ୍ରମେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ କାରାଗାରରେ ଦୁଇଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ପର୍ଯ୍ୟାୟକ୍ରମେ ନିରକ୍ଷର କଏଦୀ  ମାନଙ୍କୁ ସାକ୍ଷର କରାଯିବା ସହ ଯେଉଁ କଏଦୀ ମାନେ ଅଷ୍ଟମ ,ନବମ ଓ ଦଶମ ଶ୍ରେଣୀ ଫେଲ ହୋଇଛନ୍ତି ସେମାନଙ୍କୁ ସ୍ଵତନ୍ତ୍ର ଶିକ୍ଷାଦାନ କରାଯାଇ ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷା ଦିଆଯିବା ପାଇଁ ସୁଯୋଗ ଦିଆଯିବ ବୋଲି ଜେଲ କର୍ତ୍ତୁପକ୍ଷ ବିକାଶ ସାହୁ ସୂଚନା ଦେଇଛନ୍ତି। ପ୍ରଥମ ଦିନରେ ୨୫ ଜଣ କଏଦୀଙ୍କୁ ନିଜ ନାମ ଦସ୍ତଖତ ଶିକ୍ଷା ଦିଆଯାଇଛି । ଦୁଇଜଣ ଶିକ୍ଷକ ତିନି ତିନି ଦିନ କାରାଗାରରେ ଶିକ୍ଷାଦାନ କରିବେ ।ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ଓ କଏଦୀ ମାନଙ୍କ ମନକୁ ଅପରାଧପ୍ରବଣ ମୁକ୍ତ କରିବା ପାଇଁ କଏଦୀ ମାନଙ୍କୁ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜେଲ ସଂସ୍କାର କାର୍ଯ୍ୟକ୍ରମ ମଧ୍ୟରେ ଅନ୍ତର୍ଭୁକ୍ତ ଏହିଭଳି ଶିକ୍ଷାଦାନ ବ୍ୟବସ୍ଥା ଯଦି ସଫଳ ହୁଏ ତେବେ ଆଗାମୀ ଦିନରେ କଏଦୀ ମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ସହ ସେମାନେ ଭବିଷ୍ୟତରେ ଅପରାଧରୁ ଦୂରେଇ ରହିବେ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ