ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲ୍ଲା୍ ବିଜେପି ମହତାବ ମଣ୍ଡଳ ଆଗରପଡା ପକ୍ଷରୁ ସ୍ଥାନୀୟ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଆଜି ବିଜେପିର ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ତତ୍ୱାବଧାନରେ ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ,ପ୍ରାକ୍ତନ ସରପଞ୍ଚ ରବିନ୍ଦ୍ର ପଣ୍ଡା, ରାଜିବ୍ ଲୋଚନ ରାୟ, ମଦନ କଟୁଆଳ, ଚିନ୍ମୟ ମହାପାତ୍ର, ଅଶୋକ ପରିଡା, ଶିବାନନ୍ଦ ଦାସଅଧିକାରୀ, ରମାକାନ୍ତ ନାୟକ , ବିନୟ ଜେନା ପ୍ରମୁଖ କଦମ୍ବ ଓ ବଉଳ ଗଛ ବିଦ୍ୟାଳୟ ଚର୍ତୁପାଶ୍ୱର୍ରେ ଲଗାଇଥିଲେ । ରାଜ୍ୟ ବିଜେପିର ବର୍ଷ ପୂର୍ତି ଅବସରରେ ପରିବେଶର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଦଳ ପକ୍ଷରୁ କରାଯାଉଛି । ପ୍ରାରମ୍ଭରେ ଶିକ୍ଷାଶ୍ରମର ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ନେଇ ସଚେତନ କରା ଯାଇଥିଲା ।