ନାଉଗାଁ ବ୍ଳକରେ ଆସ ସ୍କୁଲ ଯିବା ପାଇଁ ପଦଯାତ୍ରା
ନାଉଗାଁ,(ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶାନୁସାରେ ଗୁରୁବାର ନାଉଗାଁ ବ୍ଳକର ସମସ୍ତ ବିଦ୍ୟାଳୟରେ ଆସ ସ୍କୁଲ ଯିବା ପାଇଁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ଅଭିଭାବକ,ପରିଚାଳନା କମିଟିର ସଦସ୍ୟ,ଶିକ୍ଷକ,ଶିକ୍ଷୟତ୍ରୀମାନେ ସାମିଲ ହୋଇଥିଲେ। ଯେଉଁ ପିଲାମାନେ ଅଧାରୁ ପାଠ ବନ୍ଦ କରିଛନ୍ତି କିମ୍ବା ଆଦୌ ବିଦ୍ୟାଳୟକୁ ଆସୁ ନାହାନ୍ତି ସେମାନଙ୍କୁ ଚିହ୍ନଟ କରିବା ସହିତ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବାଲିମଝିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଦଯାତ୍ରାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜ୍ଞାନ ଭୂଷଣ ପରିଡାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ଗ୍ରାମରେ ପଦଯାତ୍ରା କରି ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବରାଳ, ପଦ୍ମାବତୀ ସିଂ, ଅଭିିଭାବକ ପ୍ରଭାତ କୁମାର ସାହୁ, ମନୋରଂଜନ ବାରିକ ଆଦି ସାମିଲ ଥିଲେ।