ଅବଦୁଲ କରିମଖାନ ମେମୋରିଆଲ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ
କେନ୍ଦ୍ରାପଡା,(ଚିତ୍ତ ରଞ୍ଜନ ଦାଶ): ଜାତୀୟ ସ୍ତରୀୟ ଷଷ୍ଠ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ରବିବାର ଅପରାହ୍ନରେ ଅନୁଷ୍ଠିିତ ହୋଇଯାଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଇିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଓ ଅତିରିକ୍ତ ଆଇଆଇସି ନିଲମ ସୋରେନ ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ ଅତିଥିମାନେ ଖେଳପଡିଆକୁ ଯାଇ ଉଭୟ ଦଳର ଖେଳାଳୀମାନଙ୍କ ସହ ହାତମିଳାଇ ସେମାନଙ୍କୁ ଶୁଭେଛା ଜଣାଇଥିଲେ। ଆଜି ଅନୁଷ୍ଠିତ ଏ-ଗ୍ରୁପ୍ର ପ୍ରଥମ ସେମିଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ୧-୦ ଗୋଲରେ ରାଉରକେଲା ରେଡ ୟୁନିଟକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଚାନ୍ଦ କ୍ଲବର ରୋହିତ ସିଂକୁ ମ୍ୟାନ ଅଫ୍ ଦି ମ୍ୟାଚ୍ କପ ପ୍ରଦାନ କରାଯାଇଛି। ଆଜିର ମ୍ୟାଚ୍କୁ ରେଫରୀ ଭାବେ ସୁକାନ୍ତ ସିଂ, ମହମ୍ମଦ ସାକଲିନ ଅସରଫି, ସେକ ମୁକିମ ଓ ସଞ୍ଜୟ ମାଝୀ ପ୍ରମୁଖ ପରିଚାଳନା କରିଥିଲେ। ସୋମବାର ଅନୁଷ୍ଠିତ ହେବାକୁ ଥିବା ଗ୍ରୁପ-ବି ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଏସ. ଏସ. ଫୁଟବଲ କ୍ଲବ କୋଲକାତାକୁ ଭେଟିବ। ଅନ୍ୟମାନଙ୍କ ମଧ୍ୟରେ କ୍ଲବର କାର୍ଯ୍ୟକାରୀ ସଭାପତି ମହମ୍ମଦ ନିଆଜ୍, ସାଧାରଣ ସମ୍ପାଦକ ସେକ ସାହାବୁଲ୍ଲା, ଉପସଭାପତି ସେକ ଫରିଦଉଦ୍ଦିନ୍, ସେକ ସଫାତୁଲ୍ଲା, ଇବ୍ରାହିମ ଖାନ୍, ସମିଉଲ୍ଲା ଖାନ୍, ସେକ ବୁରାନଉଲ୍ଲା, ସମ୍ପାଦକ ମୀର ସଲିମ, ମୀର ଜରାର୍, କଲିମ ଖାନ୍, ମୀର ଅବୁସମା, ଆୟାଜ ମହମ୍ମଦ୍, କୋଷାଧ୍ୟକ୍ଷ ସେକ ମୁସ୍ତାକ ଓ ମହମ୍ମଦ ଆଝାରୁଦ୍ଦିନ, ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀ, ମାସୁମ ଖାନ୍, ମୀର ସଲାମତ୍, ସଲିମ ଖାନ୍, ଜାହିଦ ଖାନ୍, ମୀର ମହମ୍ମଦ ଅମୀରଙ୍କ ସମେତ ସେକ ଆଦିକ ଇକବାଲ୍, ସମସେର ଅଲ୍ଲୀ ଖାନ୍, ମହମ୍ମଦ ଇମ୍ରାନ୍, ୱାସିମ, ଦିଲୁ ପଣ୍ଡା, ଆଜମଲ ଖାନ୍, ମହମ୍ମଦ ଅଜିଜ୍, ମିରାଜନ୍, ମୋତି ଖାନ୍ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


