ଅଭୟ ନୃସିଂହନାଥଙ୍କ ବାର୍ଷିକ ଯାତ୍ରା ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ଏନ୍ଏସି ଅଧିନସ୍ଥ ସୁନାମ୍ବ ରଥଦାଣ୍ଡ ସାହିରେ ପୂଜା ପାଉଥିବା ଅଭୟ ନୃସିଂହନାଥଙ୍କ ବାର୍ଷିକ ଯାତ୍ରା ମହୋତ୍ସବ ସୋମବାର ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଯାଇଛି । ଗତକାଲି ଆସିକା ଏନ୍ଏସି ଅଧିନସ୍ଥ ଅଭୟ ନୃସିଂହନାଥ ମନ୍ଦିର ରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୃସିଂହ ଜନ୍ମୋତ୍ସବ ପାଳିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଭକ୍ତ ମନ୍ଦିରରେ ମହାପ୍ରଭୁ ନୃସିଂହନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ । ଆସିକା ଏନ୍ଏସି ଅଧୀନସ୍ଥ ସୁନାମ୍ବ ରଥଦାଣ୍ଡ ସ୍ଥିତ ଅଭୟ ନୃସିଂହଙ୍କ ବିଜେ ପ୍ରତିମାକୁ ସୁସଜ୍ଜିତ ପାଲିଙ୍କିରେ ଅଧିଷ୍ଟିତ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ମୁଖ୍ୟରାସ୍ତାରେ ଗୋବରପାଣି, ଚନ୍ଦନପାଣି ଛିଞ୍ଚନ ଠାରୁ ଆରମ୍ଭ କରି ଛେରାପହଁରା କାର୍ଯ୍ୟରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ନୃôସିଂହନାଥଙ୍କ ବାର୍ଷିକ ଯାତ୍ରା ଅବସରରେ ମହାପ୍ରଭୁ ନୃସିଂହନାଥଙ୍କ ବିଜେ ପ୍ରତିମା ମନ୍ଦିର ସମ୍ମୁଖରେ ଅସ୍ଥାୟୀ ମଣ୍ଡପରେ ସ୍ଥାପନ କରାଯାଇଥିଲା ବେଳେ ଦିନତମାମ ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାର ସହ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ପୁଲିସ ପ୍ରଶାସନ, ଯାତ୍ରା ପରିଚାଳନା କମିଟି, ମନ୍ଦିର ପରିଚାଳନା କମିଟି, ସାହିବାସିନ୍ଦାଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ନୃସିଂହ ଯାତ୍ରା ଅବସରରେ ସୁନାମ୍ବ ରଥଦାଣ୍ଡ ସାହିରେ ପୂର୍ବାହ୍ନରେ ଚିକିଟି ନିକଟସ୍ଥ ଖନିପଡା(ଖରଣିପଡା) ଗ୍ରାମର ପୌରାଣିକ ନାଟକ ଭକ୍ତ ପ୍ରହଲ୍ଲାଦ ମଞ୍ଚସ୍ଥ ହୋଇଥିଲା। ସୁନାମ୍ବ ରଥଦାଣ୍ଡ ସାହି ବାସିନ୍ଦାଙ୍କ ସହଯୋଗରେ ମହନ୍ତ ମହାରାଜ୍ ଲଛମନ ଦାସ, ମନ୍ଦିର ପୂଜକ ଶୁଭ୍ରାଂଶୁ ଦାଶ ଓ ପୂଜକ ଶିବାନନ୍ଦ ଦାଶ, ଯାତ୍ରା ପରିଚାଳନା କମିଟି ସଭାପତି ତୋଫାନ କୁମାର ସାହୁ, ଉପସଭାପତି ପ୍ରଦୀପ କୁମାର ମୁନି, ସଂପାଦକ ସୁକାନ୍ତ କୁମାର ପ୍ରଧାନ, ଯୁଗ୍ମ ସଂପାଦକ ପରମାନନ୍ଦ ସାହୁ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଗୌଡ, ଉପଦେଷ୍ଟା ପି.ନାଗେଶ୍ୱର ପାତ୍ର, ଲକ୍ଷ୍ମୀ ନାରାୟଣ ମହାନ୍ତି, ନରସିଂହ ପାତ୍ର, ଆଧ୍ୟାତ୍ମିକପ୍ରେମୀ ଶ୍ୟାମସୁନ୍ଦର ବିଷୋୟୀ, ପବନା କୁମାର ସାହୁ, ଜଗନ୍ନାଥ ସାହୁ, ବୁଲୁ ପ୍ରଧାନ, ଟୁନା ସାହୁ, ଅଂଶୁମାନ ଗୌଡ, ଲକ୍ଷ୍ମୀନାରାୟଣ ବେହେରା, ଆୟୁଷ୍ମାନ୍ ବେହେରା, ପ୍ରତାପ ପ୍ରଧାନ, ଧୋବା ସାହୁ, ଆକାଶ ବାଡତ୍ୟା, ବାଉରୀ ସାହୁ, ଶ୍ରୀନିବାସ ପାଣିଗ୍ରାହୀ, ନାରାୟଣ ଗୌଡ, କୁନା ଗୌଡ, ନିରଂଜନ ପ୍ରଧାନ, ସନ୍ୟାସୀ ଦାଶ, ଦୀପକ ଗୌଡ, ରୀତେଶ୍ ଗୌଡ, ରାଧାଶ୍ୟାମ ବିଷୋୟୀ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।