ଉପମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇଲେ ଛତ୍ରପୁର ର ଛାତ୍ରୀ ଅଭିପ୍ସା ସେଠୀ
ଛତ୍ରପୁର, (ଓ୍ବାଇଏନଏସ): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ୫ମ ଶ୍ରେଣୀ ଛାତ୍ରୀ ଅଭିପ୍ସା ସେଠୀ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହା ଓଡ଼ିଶାର ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କିଶୋରୀ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଏକ ଆଦିଭିକା ପଦକ୍ଷେପ ଥିଲା। ଏହି ଅବସରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ର ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ରାଜ୍ୟ ର ୨୭ ଟି ଜିଲ୍ଲାର ପ୍ରତିନିଧି ମାନେ ଆସିଥିବା ବେଳେ ଅଭିପ୍ସା ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ। ବିଭାଗର କମିଶନର-ସହ-ପ୍ରମୁଖ ସଚିବ ଶୁଭା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ସ୍କୁଲର ପ୍ରିନସିପାଲ ରାଜେନ୍ଦ୍ର କୁମାର ପଣ୍ଡା ଏବମ ଅନ୍ୟ ଶିକ୍ଷକ ଗଣ ଏହି ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ପିଲାଟିକୁ ସହଯୋଗ ଏବଂ ଉତ୍ସାହିତ କରିଥିଲେ।

 
             
						 
						 
						 
						 
						 
						
