ପାଟଣାରେ ଇସ୍ପାତ କାରଖାନା ନିମନ୍ତେ କୃତଜ୍ଞତା ପ୍ରଦାନ କଲା ଏବିଭିପି

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାର ପାଟଣାଠାରେ ଏକ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଘୋଷଣା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇ ଦିଆଯାଉଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା,ଧାମରା-ସୀତାବିଞ୍ଜି ରେଳ ପ୍ରକଳ୍ପ ଭାୟା ଆନନ୍ଦପୁର-ଘଟଗାଁ,ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଆଦି ଅନେକ ଦାବିରେ ଅତୀତରେ ଆନେ୍ଦାଳନ କରି ରାଜରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପରବର୍ତ୍ତୀ ସମୟରେ ଶିକ୍ଷା,ସୁରକ୍ଷା ଓ ରୋଜଗାର ଆଦି ନେଇ ୧୧.୦୨.୨୦୧୮ ଓ ୨୭.୦୩.୨୦୨୩ ରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ଦାବି ନେଇ ହଜାର ହଜାର ଏବିଭିପି ଛାତ୍ରଛାତ୍ରୀ ତକôାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ଦେଇ ନିରାଶ ହୋଇଥିଲେ । ବର୍ତ୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରକି୍ରୟା ଆରମ୍ଭ କରି ନିଜର ଓ ଜିଲ୍ଲାବାସୀଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ସାକାର କରିଥିବାରୁ ଏବିଭିପି କେନ୍ଦୁଝର ଜିଲ୍ଲାର ବର୍ତ୍ତମାନର କାର୍ଯ୍ୟକର୍ତ୍ତା,ସ୍ଥାୟୀ କାର୍ଯ୍ୟକର୍ତ୍ତା ତଥା ବିଭାଗ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ଜିଲ୍ଲାର ବେକାରୀ ସମସ୍ୟାର ସମାଧାନ ପାଇଁ ମାତ୍ର ଏକ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ