ଏକାଡେମିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ଏକାଡେମିକ ଇଣ୍ଟରନ୍ୟାସନାଲ ସ୍କୁଲର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ ପ୍ରତ୍ୟେକ ମଣିଷର ସଫଳତା ପଛରେ ଅଧ୍ୟବସାୟ ଥାଏ । ବିଫଳତାରେ ଭାଙ୍ଗି ନପଡି ଦୃଢମନା ହୋଇ ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ପାଇବ ବୋଲି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ସ୍କୁଲର ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ରୋଟାରିଆନ୍ ଇନ୍ଦ୍ରଜିତ୍ ସାହୁ ଯୋଗ ଦେଇ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ପରିଚାଳନା କମିଟି, ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ ମାନଙ୍କର ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାଗିରଥୀ ପାତ୍ର ଯୋଗ ଦେଇ ସମାଜକୁ ଆଗକୁ ବଢାଇ ନେବାରେ ଶୃଂଖଳାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସ୍କୁଲର ସଭାପତି ସଂଯୁକ୍ତା ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ଦୈତାରୀ ଚରଣ ପତି ପ୍ରମୁଖ ଯୋଗ ଦେଇ ସମସ୍ତ ଅଭିଭାବକ, ଅଭିଭାବିକା ଓ ସହକର୍ମୀଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ଅଙ୍କିତା ମହାନ୍ତି ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ଶିକ୍ଷୟିତ୍ରୀ ପୂର୍ବାଷା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମଧୁସ୍ମିତା ମହାନ୍ତି, ବର୍ଷାରାଣୀ ସାହୁ, ଅନିତା ପଣ୍ଡା, ପ୍ରିୟଙ୍କା ସ୍ୱାଇଁ, ସସ୍ମିତା ପାତ୍ର, ବିନିତାରାଣୀ ତ୍ରିପାଠୀ, ତପସ୍ୱିନୀ ଦାସ, ହରପ୍ରିୟା ମହାନ୍ତି, ପ୍ରଭାତୀ ପଢିଆରୀ, ମୃଣ୍ମୟୀ ଦାସ, ଶିବାଜୀ ଜେନା, ଜୟଦେବ ପାତ୍ର, ଉମାକାନ୍ତ ଦାସ, ନିମାଇ ଚରଣ ବେହେରା, ସୁବାଷ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ