ଭସାଣୀ ବେଳେ ଦୁର୍ଘଟଣା : ଫାଟିଲା ପିକଅପ୍ ଭ୍ୟାନ୍ ଚକା, ୧୦ ଆହତ

କଟକ, (ଓ୍ବାଇଏନଏସ): କଟକ ସମ୍ବଲପୁର ରାସ୍ତା ର କଖଡ଼ି ବଜାର ଘାଟ କୂଳ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମେଲୋଡି ପାର୍ଟିର ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗଣେଶ ପୂଜା ଭସାଣି ପାଇଁ ଗାଡିଟି ସମ୍ବଲପୁରରୁ କଟକ ଆସୁଥିବାବେଳେ ଏଭଳି ଅଘଟଣ ଘଟିଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୁଣ୍ଡ ଫାଟି ଯାଇଥିବାବେଳେ କିଛି ଲୋକଙ୍କର ଛାତି ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି। ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯୋଗ୍ୟ ଆଜି ସକାଳ ୭ ଟା ସମୟରେ ଗାଡ଼ି ର ଆଗ ଚକ ଫାଟି ଯିବା ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଥିବା ବର ଗଛ ରେ ପିଟି ହୋଇଯାଇଥିଲା। ଗାଡ଼ି ରେ ଥିବା ସମସ୍ତ ୧୦ ଜଣ ଆହତ ହୋଇଥିଲେ। ଗାଁ ର ମୂରବୀ ଓ ବଜାର ସାହି ର ଯୁବକ ମାନେ ଆହତ ମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଅସିତ୍ ସାହୁ ଚିକିତ୍ସା କରିଥିଲେ। ପରେ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣା ସମ୍ପର୍କରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି ଙ୍କୁ ଅବଗତ କରାଯାଇଅଛି। ଆହତ ମାନେ ହେଲେ ସମ୍ବଲପୁରର ପ୍ରମୋଦ ବିରୁଆ ,ସନ୍ତୋଷ ଭୋଇ , ତୁମାନ ଗୁଡୁ ,ଭାଟିରି ଭୋଇ ,ଦୀୟାନ ଗୌଡ , ଗୁତୁମାନ ଗୌଡ , ମୂର୍ତ୍ତୁମାନ ଭୋଇ ଓ ଦେବେଶ କୁଣ୍ଡୁ । ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ