ମହାନଦୀରେ ଗାଧୋଇବା ବେଳେ ଅଘଟଣ : ବୁଡିଯାଇ ଦୁଇ ମୃତ
କଟକ(ସରୋଜ ଦାଶ) : ଯୋବ୍ରା ଆନିକଟ ନିକଟରେ ଗାଧୋଇବା ବେଳେ ଅଘଟଣ। ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ, ଜଣେ ଉଦ୍ଧାର । ୩ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କଟକର ମହାନଦୀର ଯୋବ୍ରା ଆନିକଟ ନିକଟକୁ ଯୋବ୍ରା ନଦୀକୂଳସାହିର ସାଈ, ପିଙ୍କୁନ୍ ଓ ବିଶ୍ୱଜିତ୍ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ୩ ଜଣ ପିଲା ଭାସିଯାଇଥିଲେ। କୂଳକୁ ଆସିବା ପାଇଁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ପିଲମାନେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଥିଲା। ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ସାଈ ବେହେରା ଓ ପିଙ୍କୁନ୍ ଜେନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।