ମନ୍ଦିରରେ ପ୍ରସାଦ ଖାଇ ଫେରିବା ବେଳେ ଅଘଟଣ ; ବାହୁଦା ନଦୀରେ ଭାସି ଯାଇ ୩ ମୃତ , ଜଣେ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ମଙ୍ଗଳବାର ଅପରାହ୍ନରେ ମନ୍ଦିରରେ ପ୍ରସାଦ ସେବନ କରି ଘରକୁ ଫେରୁଥିବା ବେଳେ ବାହୁଦା ନଦୀ ରେ ଭାସିଯାଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧିନ ଅଛନ୍ତି । ଏଭଳି ଦୁଃଖଦ ଏବଂ ଅଭାବନୀୟ ଘଟଣା ଘଟିଛି ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦଳା ଗ୍ରାମ ନିକଟସ୍ଥ ବାହୁଦା ନଦୀ ଗର୍ଭରେ । ମୃତକ ମାନେ ହେଲେ କଳିଙ୍ଗଦଳା ଗ୍ରାମର  ଉଷା ବେହେରା (୫୫) , ଝିଅ ଅନୁସୟା ବେହେରା (୩୦) , ନାତି ଆଦିତ୍ୟ ବେହେରା (୪) । ସେହିପରି ଗୁରୁତର ଜଣକ ହେଲେ ନାତୁଣୀ ସୋନାଲି ବେହେରା (୬)।  ଗ୍ରାମ ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଥିବା ମାଁ ରତ୍ନେଶ୍ୱରୀ ମନ୍ଦିରକୁ ପରିବାରର ୪ ଜଣ ନବରାତ୍ରି ପୂଜା ମହୋତ୍ସବ କୁ ଯାଇଥିଲେ। ମାଁ ଙ୍କ ଦର୍ଶନ ପରେ ସେଠାରେ ପ୍ରସାଦ ସେବନ କରି ଅପରାହ୍ନ ପ୍ରାୟ ୩ ଟାରେ  ନଦୀ ପାର ହୋଇ ଫେରୁଥିବା ବେଳେ ନଦୀ ସ୍ରୋତ ରେ ଭାସି ଯାଇଥିଲେ। ଉପସ୍ଥିତ କିଛି ବ୍ୟକ୍ତି  ସେମାନଙ୍କୁ ନଦୀ ଗର୍ଭରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିଟି ମେଡିକାଲ କୁ ନେଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ମାଆ , ଝିଅ ଓ ନାତିକୁ ମୃତ ଘୋଷଣା କରିଥିଲେ ।  ନାତୁଣୀ ସୋନାଲିଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନ ସାମନ୍ତରାୟ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ।  କେ. ନୂଆଗାଁ ଥାନା ଚିକିଟି ଫାଣ୍ଡି ଏସ.ଆଇ ଗୌତମ ସାହୁ ମେଡିକାଲ ରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଗୁଡ଼ିକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ