ଗାଡିରୁ ଚିପ୍ସ୍ ଅନଲୋଡରେ ଦୃର୍ଘଟଣା: ଚାପି ହୋଇ ଗାଡି ଚାଳକ ମୃତ

ଛତ୍ରପୁର (ଓ୍ବାଇଏନଏସ):  ଛତ୍ରପୁର ଥାନା ଅଧିନ ଚିକଲିଖଣ୍ଡି ଗ୍ରାମ ନିକଟରେ ଥିବା ମା ଲକ୍ଷ୍ମୀ ହଟ ମିକ୍ସ ପିଚୁ ପ୍ଲାଂଟ ନିକଟରେ ଅଘଟଣ ଘଟି ଜଣେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ମୃୃତକ ଜଣକ ହେଲେ ଗାଙ୍ଗପୁର ଥାନା ଅଧିନ କାଳିଆ ଘୋଡା ଅଚଂଳର ସନ୍ତୋଷ ରାଉତ । ସନ୍ତୋଷ ଜଣେ ଗାଡି ଚାଳକ । ସେ ଗତକାଲି ରାତ୍ରରେ ଟିପର ନଂ ଓଡି୦୭ଏୱାଇ ୨୫୫୯ ରେ ମା ଲକ୍ଷ୍ମୀ ହଟ ମିକ୍ସ ପିଚୁ ପ୍ଲାଂଟକୁ ବଜୁରି ଆଣିଥିଲେ । ସେଠାରେ ସେ ଗାଡି ପଛରେ ରହି ଅନଲୋଡ କରୁଥିବା ବେଳେ ସାମାନ୍ୟ ଅସବଧାନତା ହେତୁ ଟିପର ଗାଡିରେ ଥିବା ବଜୁରି (ଚିପ୍ସ୍‌) ସବୁ ତାଙ୍କ ଉପରେ ପଡିଯାଇ ଚାପି ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଗାଡି ଚାଳକ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଘଟଣାର ଖବର ପାଇଁ ଛତ୍ରପୁର ପୁଲିସ ପହଂଚି ଟିପର ଗାଡିକୁ ଜବତ କରିବା ସହ ୩୩୪/୨୫ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ