ହିସାବରକ୍ଷକ ପରିଚାଳକ ସଂଘର ବୈଠକ

ଆସିକା  (ୱାଇଏନ୍‍ଏସ୍‍) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ଥିବା ହିସାବରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ ସଂଘ (ଏଡିଇଓ) ସଂଘର ପ୍ରଥମ ବାର୍ଷିକ ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ସ୍ଥାନୀୟ ଅଶୋକା ସିନେମା ହଲ୍‍ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହିସାବରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକମାନଙ୍କ ବିିଭିନ୍ନ ସମୟରେ କର୍ମକ୍ଷେତ୍ରରେ ହେଉଥିବା ନାନା ସମସ୍ୟାର ତ୍ୱରିତ୍‍ ସମାଧାନ ସାଙ୍ଗକୁ ସଂଗଠନକୁ ଆହୁରି କିପରି ସୁଦୃଢ କରାଯାଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲା ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ ସଂଘର ସଂଗଠନକୁ ଆହୁରି ସୁଦୃôଢ କରିବା ପାଇଁ ଏକ ୨୧ ଜଣିଆ କାର୍ଯ୍ୟନିର୍ବାହୀ କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଥିଲା । ସଂଘର ଉପଦେଷ୍ଟା ରୂପେ ଉମାଚରଣ ପଟ୍ଟନାୟକ, ଶିବାନୀ ପ୍ରଧାନ, ଯୋଗେଶ୍ୱର ସ୍ୱାଇଁ, ସଭାପତି ରୂପେ ମନୋଜ କୁମାର ପାଢୀ, କାର୍ଯ୍ୟକାରୀ ସଭାପତି ରୂପେ ସଂଜୟ କୁମାର ନାୟକ, ସାଧାରଣ ସଂପାଦକ ରୂପେ କିଶୋର ଗୌଡ, ସାଂଗଠନିକ ସଂପାଦକ ରୂପେ ବସନ୍ତ କୁମାର ରାଉଳ, ଡିଜିଟାଲ୍‍ ସଂପାଦକ ରୂପେ ପ୍ରଦୋଷ କୁମାର ସାହୁ, କୋଷାଧ୍ୟକ୍ଷ ରୂପେ ରାମକୃଷ୍ଣ ସାହୁ, ରାଜ୍ୟ ଆବାହକ ରୂପେ ମଦନ ମୋହନ ପଣ୍ଡା, ଉପସଭାପତି ରୂପେ ମାନସ ରଥ ଏବଂ ଗଣେଶ ଦଲାଲ ଓ ହରିକୃଷ୍ଣ ଚୌଧୁରୀ, ଜିଲ୍ଲା ସଂଯୋଜକ ରୂପେ ଘନଶ୍ୟାମ ସେଠୀ ଓ ପ୍ରଫୁଲ କୁମାର ସାହୁ ଏବଂ ସୀତାରାମ ଗୌଡ, ଆଇନ ପରାମର୍ଶଦାତା ରୂପେ ବିିପିନ୍‍ ବିହାରୀ ସ୍ୱାଇଁ, କାର୍ଯ୍ୟନିର୍ବାହୀ ସଦସ୍ୟ ରୂପେ ଜିତେନ୍ଦ୍ର କୁମାର ପଣ୍ଡା ଓ କେଦାର ପ୍ରଧାନ ଏବଂ ସଂଜୟ ସ୍ୱାଇଁ ଓ ସୁଶିଲ୍‍ କୁମାର ପାତ୍ରଙ୍କୁ ମନୋନୀତ କରାଯାଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ ସଂଘର ଏହି ଜିଲ୍ଲାସ୍ତରୀୟ ବୈଠକକୁ ସୁପରିଚାଳନା କରିବା ଦିଗରେ ସଂଘର ସକ୍ରିୟ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ଲେଙ୍କା, ଶ୍ରୀକାନ୍ତ ପଣ୍ଡା, ଆଲୋକ ତ୍ରିପାଠୀ, ବାବୁଲା ବିଷୋୟୀ, କୃଷ୍ଣଚନ୍ଦ୍ର ଗୌଡ ପ୍ରମୁଖ ସହଯୋଗ କରିଥିଲା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ