୨୮.୫୧ ଲିଟର ବିଦେଶୀ ମଦ ସହ ଅଭିଯୁକ୍ତ ଗିରଫ

ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ପୋଲସରା ଥାନା ପକ୍ଷରୁ ଚୋରାରେ ବିଦେଶୀ ମାଡ଼ ବିକ୍ରି କରୁଥିବା ଅଭିଯୋଗରେ ଜୁଲାଇ ୪ ତାରିଖ ଦିନ ଆସାମୀକୁ ଗିରଫ କରିବା ସହ ୨୮.୫୧୦ ଲିଟର ବିଦେଶୀ ମଦ ଜବତ କରିଥିବା ପୋଲସରା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ପୋଲସରା ସହରର ସ୍ବର୍ଗତ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ପୁତ୍ର ସନ୍ତୋଷ କୁମାର ପଣ୍ଡା ଓରଫ ରିଙ୍କୁ ବିଦେଶୀ ମଦ ରଖି ଚୋରାରେ ବିକ୍ରି କରୁଥିବା ଖବର ପାଇ ପୋଲସରା ପୋଲିସ ବାହିନୀ ଚଢ଼ାଉ କରି ରିଙ୍କୁକୁ ଗିରଫ କରିବା ସହ ୨୮.୫୧୦ ଲିଟର ବିଦେଶୀ ମଦ ଜବତ କରିଥିଲେ। ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୪୭୭/୨୦୨୫ ତାରିଖ ୪/୭/୨୫  ଓଡିଶା ଅବକାରୀ ଆଇନ ୫୨(ଏ) ପ୍ରକାରେ ଏକ ମାମଲା ରୁଜୁ କରି ସନ୍ତୋଷ କୁମାର ପଣ୍ଡା ଓରଫ ରିଙ୍କୁ କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ