ଚେକ୍ ବାଉନ୍ସ ମାମଲାରେ ଅଭିଯୁକ୍ତକୁ ୬ ମାସ ଜେଲ

ଉଦଳା,(ରାଜୀବ କୁମାର ବେହେରା): ଚେକ୍ ବାଉନ୍ସ ମାମଲାରେ କପ୍ତିପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଉଦଳା ଏସଡିଜେଏମ କୋର୍ଟ କଠୋର ଦଣ୍ଡାଦେଶ ଶୁଣାଇ ଛନ୍ତି। ମାନନୀୟ ବିଚାରପତି ଅନୁରାଗ ଦେହୁରୀ ଆସାମୀ ହରିଶ ଚନ୍ଦ୍ର ଖିଲାରଙ୍କୁ ୬ ମାସ ସଶ୍ରମ କାରାଦଣ୍ଡ ଦେବା ସହ ଅର୍ଥଦଣ୍ଡ ନିର୍ଦ୍ଦେଶ କରିଛନ୍ତି। ଅଦାଲତ ଆସାମୀଙ୍କୁ ମୋଟ ୧,୮୯,୬୫୦ ଟଙ୍କା ଅଦାୟ କରିବାକୁ କହିଥିବା ବେଳେ, ଜରିମାନା ଅଦାୟ ନ କଲେ ଅତିରିକ୍ତ ୨ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି। ସୂଚନାନୁଯାୟୀ ହରିଶ ଚନ୍ଦ୍ର ଖିଲାର ୨୦୧୬ ମସିହାରେ ମୟୂରଭଞ୍ଜ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କର ଖୁଣ୍ଟା ଶାଖାରୁ ଋଣ ଗ୍ରହଣ କରିଥିଲେ। କିନ୍ତୁ ସମୟମତେ ଋଣ ପରିଶୋଧ କରିନଥିବାରୁ ବ୍ୟାଙ୍କ ପକ୍ଷରୁ ଟଙ୍କା ଆଦାୟ ପାଇଁ ଚାପ ପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ୨୦୧୮ ଅଗଷ୍ଟ ମାସରେ ଆସାମୀ ୧,୧୬,୩୫୦ ଟଙ୍କାର ଏକ ଚେକ୍ ଜମା କରିଥିଲେ। କିନ୍ତୁ ବ୍ୟାଙ୍କରେ ଚେକଟି ଅମାନ୍ୟ (ବାଉନ୍ସ) ହେବା ପରେ ମାମଲା ଯାଇ କୋର୍ଟରେ ରୁଜୁ ହୋଇଥିଲା। ଦୀର୍ଘ ସୁଣାଣୀ ପରେ କୋର୍ଟ ଏହି ରାୟ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ