ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ମାମଲାରେ ପୋଲିସ ଅଭିଯୁକ୍ତ ମୁରଲୀ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରପ୍ରକାରେ , ଗତ ଜୁନ୍ ୨୯ ତାରିଖ ବିଳମ୍ବିତ ରାତିରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ନାବାଳିକା ଜଣକ ଅନ୍ଯ ରୁମରେ ଶୋଇଥିଲେ । ଏହି ସମୟରେ ଅଭିଯୁକ୍ତ ମୁରଲୀ ନାବାଳିକା ଶୋଇଥିବା କୋଠରୀ ଭିତରକୁ କୌଶଳକ୍ରମେ ପଶି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପିଡୀତାଙ୍କ ବାପା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୩୮/୨୫ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ମଙ୍ଗଳବାର ଅଭିଯୁକ୍ତକୁ ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଥିବା ଜଣାପଡିଛି।


