ବ୍ଳକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଜୟପୁର ହାଇସ୍କୁଲ ବିଦ୍ୟାର୍ଥୀଙ୍କ କୃତିତ୍ୱ
ଆସିକା (ୱାଇଏନ୍ଏସ୍): ଆସିକା ଶିକ୍ଷାବିଭାଗ ପକ୍ଷରୁ ସ୍ଥାନୀୟ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଥିବା ବ୍ଳକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ବରିଷ୍ଠ ବର୍ଗରେ ଆସିକା ବ୍ଳକ ଅଧୀନସ୍ଥ ଜୟପୁର ନୋଡାଲ୍ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ରୀତିକା ନାୟକଙ୍କ ଦ୍ୱାରା ପ୍ରଦର୍ଶିତ ଜୈବ ବିଘଟନଶୀଳ ପାତ୍ର ଓ କନିଷ୍ଠ ବର୍ଗରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ନନ୍ଦିନୀ ଲେଙ୍କାଙ୍କ ସଂଖ୍ୟା ନିକିତି ପ୍ରକଳ୍ପ କୃତିତ୍ୱ ହାସଲ କରି ଜିଲ୍ଲାସ୍ତରକୁ ଉନ୍ନିତ ହୋଇଥିବା ଜଣାପଡିଛି । ଆସିକା ବ୍ଳକ ଅଧୀନସ୍ଥ ଜୟପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ୨ ଜଣ କୁନି ବୈଜ୍ଞାନିକଙ୍କ ଉଚ୍ଚକୋଟୀର ପ୍ରକଳ୍ପ ବ୍ଳକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ କୃତିତ୍ୱ ହାସଲ କରି ଜିଲ୍ଲାସ୍ତରକୁ ଉନ୍ନିତ ହେବା ପରେ ସେମାନଙ୍କୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଉଚ୍ଚକୋଟୀର ପ୍ରକଳ୍ପ ପ୍ରଦର୍ଶନ କରି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ହୋଇଥିବା ଜୟପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୀତିକା ନାୟକ ଓ ନନ୍ଦିନୀ ଲେଙ୍କା ଏହି ସଫଳତାର ଶ୍ରେୟ ନିଜର ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରାଜୀବ ଲୋଚନ ସେଠୀ ଓ ବିଜ୍ଞାନ ଶିକ୍ଷକ ବିରଜ୍ ବର୍ମନଙ୍କ ସମେତ ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ଓ ପ୍ରେରଣା ଏବଂ ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ମିଳିଛି ବୋଲି ପ୍ରକାଶ କରିଛନ୍ତି । ମେଧାବୀ ବ୍ଳକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ କୃତିତ୍ୱ ହାସଲ କରି ସମ୍ବର୍ଦ୍ଧିତ ହୋଇଥିବା ଜୟପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର କୁନି ବୈଜ୍ଞନିକ ତଥା ମେଧାବୀ ବିଦ୍ୟାର୍ଥୀ ରୀତିକା ନାୟକ ଓ ନନ୍ଦିନୀ ଲେଙ୍କାଙ୍କୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ରାଜୀବ ଲୋଚନ ସେଠୀ, ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଗାୟତ୍ରୀ ସାହୁ, ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିରଜ୍ ବର୍ମନ୍, ଜଗଦିଶ୍ ଗୌଡ, ବସନ୍ତ କୁମାର ପଣ୍ଡା, ଅଶ୍ୱିନୀ କୁମାର ମହାଙ୍କୁଡ, ସସ୍ମିତା କୁମାରୀ ନନ୍ଦ, ରିନେଶ୍ ଶବର, ରତିକାନ୍ତ ମଲିକ, ବବିତା ସ୍ୱାଇଁ, ଗୀତାଞ୍ଜଳୀ ମୋହିନୀ, ଅପରାଜିତା ସେଠୀ, ମାମିନୀ କୁମାରୀ ବିଶ୍ୱାଳଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି । ସେହିପରି ଆସିକା ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ବ୍ଳକସ୍ତରୀୟ ସୁରଭି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଜୟପୁର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଧରିତ୍ରୀ ରାଉତଙ୍କୁ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା ।


