ନିର୍ବାଚନ ମଣ୍ଡଳୀସ୍ତରୀୟ ସକ୍ରିୟ ସଦସ୍ୟଙ୍କ ସମ୍ମିଳନୀ

ଶେରଗଡ (ଅନୀଲ କୁମାର ପଣ୍ଡା): ଭାରତୀୟ ଜନତା ପାର୍ଟି ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଶେରଗଡ ମଣ୍ଡଳ ସଭାପତି ସଞ୍ଜୟ ଜେନାଙ୍କ ସଂଯୋଜନା ରେ ସ୍ଥାନୀୟ ଶେରଗଡ କଳିଙ୍ଗ ବୈଶ୍ୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଈଯାଈଛି। ଏହି ବୈଠକରେ ମୂଖ୍ୟ ଅତିଥି ରୂପେ  ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଈଁ,ସମ୍ମାନିତ ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମାନ୍ୟତା ସାଂସଦ ଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଶିଶିର କୁମାର ମିଶ୍ର ଯୋଗ ଦେଇ ସକ୍ରିୟ ସଦସ୍ୟ ମାନଙ୍କୁ ନିଜର କାର୍ଯ୍ୟ ପନ୍ଥା ଏବଂ ସରକାରଙ୍କ ଜନାଭିମୁଖି କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ଲୋକମାନେ ଏହି ଯୋଜନା ର ସୁଫଳ ପାଈବା ଉପରେ ଆଲୋକପାତ କରିଥିଲେ। ମୂଖ୍ଯ ବକ୍ତା ଭାବେ ଯୋଗ ଦେଈଥିବା ହିଞ୍ଜିଳି ପୌର ପାଳିକା ର ବିଜେପି ନଗରପାଳ ପ୍ରାର୍ଥୀ ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରକାଶ କରିଥିଲେ ଯେ,ବର୍ତ୍ତମାନ ସନାତନ ଧର୍ମ ଉପରେ ସଙ୍କଟ ମାଡିଆସୁଛି। ଏହି ସଙ୍କଟ ରୁ ବର୍ତିବାକୁ ହେଲେ ଆମେ ସମସ୍ତେ ଏକତ୍ରିତ ହୋଇ ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବା ସହ ସନାତନ ଧର୍ମ କୁ ବଞ୍ଚାଇ ରଖିପାରିବା ବୋଲି ଆହ୍ଵାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ମାଧବ ଗୌଡ, କୁମାରପାଣି ସରପଞ୍ଚ ଉଦୟନାଥ ପ୍ରଧାନ, ଧବଳପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ମହାରଣା, ପିତ୍ତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ, ଶିକିରି ମଣ୍ଡଳ ସଭାପତି ମାର୍କଣ୍ଡ ପାଣିଗ୍ରାହୀ, କଞ୍ଚୁଡୁ ମଣ୍ଡଳ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ହିଞ୍ଜିଳି ନଗର ମଣ୍ଡଳ ସଭାପତି ସୁଧାଂଶୁ ଶେଖର ସାବତ,ଗଣ୍ଡଳା ମଣ୍ଡଳ ସଭାପତି ଅଶୋକ ମହାନ୍ତି ଉପସ୍ଥିତ ରହି ଆଗାମୀ ଦିନରେ ବହୁ ସକ୍ରିୟ କର୍ମୀ ଗଢି ତୋଳିବା ସହ ସଙ୍ଗଠନ କୁ ଆହୁରି ମଜଭୂତ କରି ଲୋକଙ୍କ ନିକଟତର ହୋଇ ବିଶ୍ୱାସ ଭାଜନ ହେବା ଲାଗି ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଈଥିଲେ। ଆଜିର ଏହି ବୈଠକରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ଶତାଧିକ ସକ୍ରିୟ କର୍ମୀ ଏହି ବୈଠକରେ ଯୋଗ ଦେଈଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ