ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ: ଘରୋଇ ହସ୍ପିଟାଲରେ ଭର୍ତ୍ତି
କଟକ, (ଓ୍ବାଇଏନଏସ) : ଆଉ ଜଣେ ଅଭିନେତା ଅସୁସ୍ଥ । ଓଲିଉଡ୍ର ଷ୍ଟାଇଲିସ ହିରୋ ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ ହୋଇଛନ୍ତି । କଫ, ଫୁସଫୁସ୍ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇଥିବା ଜଣାପଡିଛି । ଯାହାପରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କିଛି ଦିନ ତଳେ ଓଲିଉଡରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଲିଭର ସିରସିସ୍ ରୋଡରେ ପୀଡିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ଗୋଟିଏ ପଟେ ଅଭିଜିତ ମଜମୁଦାର ଚିକିତ୍ସିତ ହେଉଥିବା ବେଳେ ଏବେ ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ ହୋଇଛନ୍ତି। ମଙ୍ଗଳବାର ଦିନ ହଠାତ୍ ବୁଦ୍ଧାଦିତ୍ୟ ମହାନ୍ତି କଫ, ଫୁସଫୁସ୍ ସଂକ୍ରମଣ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ଯାହାପରେ ତୁରନ୍ତ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଓଲିଉଡ୍ରେ ଜଣେ ଷ୍ଟାଇଲିସ ହିରୋ ଭାବେ ବେଶ ଜଣାଶୁଣା ବିଦ୍ଧାଦିତ୍ୟ ମହାନ୍ତି । ୧୭ ଜାନୁଆରୀ ୧୯୭୮ ମସିହାରେ କଟକରେ ଜନ୍ମ ହୋଇଥିଲେ । ପିଲା ବେଳୁ ଅଭିନୟ ପ୍ରତି ବୁଦ୍ଧାଦିତ୍ୟଙ୍କ ବେଶ୍ ଦୁର୍ବଳତା ରହିଥିଲା । ଯାହାକି ତାଙ୍କୁ ଶେଷରେ ବାଧ୍ୟ କରିଥିଲ ଟେଲି ଓ ଫିଲ୍ମ ଦୁନିଆକୁ ଆସିବାକୁ । ୨୦୦୭ରେ ଆଇ ଲଭ ମାଇଁ ଇଣ୍ଡିଆ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିଥିଲେ ବିଦ୍ଧାଦିତ୍ୟ । ଏହାପରେ ୨୦୦୮ରେ ନନ୍ଦିନୀ ଆଇ ଲଭ ୟୁ, ୨୦୦୯ରେ କୋଉ ଦୁନିଆରୁ ଆସିଲ ବନ୍ଧୁ, ୨୦୦୯ରେ ପାଗଳ କରିଛି ପାଉଁଜି ତୋର, ୨୦୦୯ରେ ପ୍ରେମ ରୋଗୀ, ୨୦୧୧ରେ ତୁ ଥିଲେ ମୋ ଡର କାହାକୁ, ୨୦୧୧ରେ ଲୋଫର, ୨୦୧୨ରେ ଓମ୍ ସାଇ ରାମ୍, ୨୦୧୪ରେ ସଂଗ୍ରାମ, ୨୦୧୫ରେ ଜଗା ହାତରେ ପଘା, ୨୦୧୬ରେ ବାଏ ବାଏ ଦୁବାଇ, ୨୦୧୯ରେ ଶ୍ରୀମାନ ସୁରଦାସ, ୨୦୨୨ରେ ଆସ୍ଥିକ ନାସ୍ଥିକ, ୨୦୨୩ରେ ଡେଲିଭରି ବୟ । ଓଲିଉଡରେ ଡେବ୍ୟୁ ପୂର୍ବରୁ କିଛି ହିନ୍ଦି ସିରିୟଲରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ । ୨୦୦୨ରେ କୁମ୍କୁମ୍, ୨୦୦୪ରେ ମେହେର, ୨୦୦୪ ପ୍ରତିମା, ୨୦୦୮ ଓ୍ୱାରିସ୍, ୨୦୦୬ରେ ସ୍ତ୍ରୀ ତେରି କାହାନୀ, ୨୦୧୨ରେ କ୍ୟା ହୁଆ ତେରି ଓ୍ୱାଦା, ୨୦୧୧ରେ ସାଧବ ବୋହୁ ।