ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଡିଜିଟାଲ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସହାୟକ ହୋଇଛି ଆଦାନୀ ଫାଉଣ୍ଡେସନ

ଛତ୍ରପୁର,(ଓ୍ବାଇଏନଏସ)- : ଗୋପାଳପୁର ବନ୍ଦର ଏହାର ସାମାଜିକ ଦାଇତ୍ଵବୋଧ କାର୍ଯକ୍ରମ ପ୍ରୟାସରେ ଆଦାନୀ ଫାଉଣ୍ଡେସନ ଜରିଆରେ ଛତ୍ରପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ର ବିଭିନ୍ନ ଶ୍ରେଣୀଗୃହରେ ୭୫ ଇଞ୍ଚ୍ ବିଶିଷ୍ଟ ବୃହତ ଏଲ୍ଇଡି ସ୍କ୍ରିନ୍ (ଇନ୍ଟରାକ୍ଟିଭ ପ୍ୟାନେଲ୍) ଅବସ୍ଥାପନା କରାଯାଇଛି ଯାହା ଡିଜିଟାଲ ଶିକ୍ଷା ଭୀତିଭୂମିକୁ ସୁଦୃଢ କରିପାରିବା ସହ ପ୍ରଶିକ୍ଷକମାନଙ୍କୁ ଉଭୟ ଅନଲାଇନ ଓ ଅଫଲାଇନରେ ଶିକ୍ଷାଦାନ ପାଇଁ ଆକର୍ଷଣୀୟ ହୋଇପାରିଛି । ଏହା ସହ କଲେଜ ପରିସରରେ ନିରାପଦ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ ୬୦ ଲିଟର କ୍ଷମତା ବିଶିଷ୍ଟ ଏକ ଆଲକାଲାଇନ୍ ୱାଟର ମେସିନ୍ ମଧ୍ୟ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍ଥାପନା କରାଯାଇଛି ।
 ଛତ୍ରପୁର ସରକାରୀ ଆଇଟିଆଇ କଲେଜରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯକ୍ରମରେ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଡିଜିଟାଲ ଶ୍ରେଣୀ ଗୃହଗୁଡିକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ବନ୍ଦରର ଅପରେଶନ ଏବଂ ମେଣ୍ଟେନାଂଶ ବିଭାଗର ମୁଖ୍ୟ ଅଜିତ କୁମାର ପିଶରୋଡି, ସିଏସଆର ମୁଖ୍ୟ  ଦେବଦତ୍ତ ମିଶ୍ର, ଛତ୍ରପୁର ସରକାରୀ ଆଇଟିଆଇ  ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡା, ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ  (ଡିଏସଡିଓ) ଶ ଫାଲଗୁନି ସାର୍ଥକ ନାୟକ ଏବଂ ବହୁ ପ୍ରଶିକ୍ଷକ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ