ଆଦର୍ଶ ପ୍ରଧାନଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭା
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ଅନ୍ଧାରରେ ସେ ଦେଖାନ୍ତି ଆଲୋକର କିରଣ, ସଫଳତାର ଶିଖର ଚଢାଇବାରେ ଥାଏ ତାଙ୍କ ହାତ। ବିପଥଗାମୀ ପାଇଁ ସାଜନ୍ତି ପଥ ପଦର୍ଶକ। ସେ ହେଉଛନ୍ତି ଗୁରୁ, ଶିଷ୍ୟଙ୍କୁ ଭଲ ମଣିଷ ଭାବେ ଗଢିବାରେ ଥାଏ ଅବଦାନ ଅତୁଳନୀୟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ତଥା ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପରିଡା ନିଜ ଚାକିରୀ କାଳରୁ ଅବସର ନେଇଛନ୍ତି। ଶନିବାର ବିଦ୍ୟାଳୟ ପରିସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରିୟବ୍ରତ ପରିଡା ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଆରତୀ ନାଏକ, ମୁଖ୍ୟବକ୍ତା ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀ ଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁ, ସଂମ୍ମାନିତ ଅତିଥି ପୂର୍ବତନ ପ୍ରଧାନଶିକ୍ଷକ ଅଶୋକ କୁମାର ମହାରଣା, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ଶିକ୍ଷାବିତି ଅନିଲ କୁମାର ବିଶ୍ୱାଳ, ସନ୍ତୋଷ କୁମାର ଚୌଧୁରୀ, ଜିଲ୍ଲା ସମ୍ପାଦକ ଓଷ୍ଟା ଶ୍ରୀଯୁକ୍ତ ବିଭୁ ଦତ୍ତ ନାୟକ, ଅସ୍ତରଙ୍ଗ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ସ୍ୱାଇଁ, ଜିଲ୍ଲା ନୋଡାଲ ଅଧିକାରୀ ଲିଙ୍ଗରାଜ ପରିଡା, ଶିକ୍ଷାବିତି ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ସିଗ୍ଧାରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପରିଡା ସୁରେନ୍ଦ୍ର ନାଥ ଉଚ୍ଚ ବିଦ୍ୟାଳୟ ଓ ୧୮ମାସ ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ରହିବା ଦିନଠାରୁ ନିସ୍ଵାର୍ଥପର ଭାବେ କିଭଳି ଶିକ୍ଷାଦାନ କରିବା ସହ ଛାତ୍ର, ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବେ ରହି ଲକ୍ଷ୍ୟଆଡକୁ ଅଗ୍ରସର ହେବାକୁ ମାର୍ଗଦର୍ଶନ ଦେଉଥିଲେ ବୋଲି ଗୁଣଗାନ କରିଥିଲେ। ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ ନିଜ ଅଭିଭାଷଣ ରେ କହିଥିଲେ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ପରିଡା ଛାତ୍ର,ଛାତ୍ରୀ ମାନଙ୍କ ପାଇଁ ଯେତିକି ପ୍ରେରଣା ଓ ଉତ୍ସାହ ଦେଉଥିଲେ ସମପରିମାଣରେ କନିଷ୍ଟ ଗୁରୁଜୀ ଓ ଗୁରୁମା ଙ୍କୁ ଉତ୍ତମ ମାର୍ଗଦର୍ଶନ ଦେଇ ଆସୁଥିଲେ ବୋଲି କହିଥିଲେ। ବରିଷ୍ଠ ଶିକ୍ଷକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପରିଡା ଅସ୍ତରଙ୍ଗ ଉଚ୍ଚ ବିଦ୍ୟାଳୟ ରେ ୧୮ମାସ ଶିକ୍ଷକତା ଭିତରେ ସେ ଦେଖିଛନ୍ତି ଉଥାନ ପତନ ଆଉ ଏହି ସମୟ ଭିତରେ ସ୍କୁଲ କୁ ଗଢି ତୋଳିଥିଲେ ନିଜ ଘରଭଳି। ଶ୍ରୀ ଯୁକ୍ତ ପରିଡା ଏକାଧାର ରେ ଥିଲେ ଛାତ୍ର ଵସ୍ଚଳ, ସରଳ ନିଷ୍କପଟ ମଣିଷ ତାଙ୍କର ସ୍ୱାଭିମାନ ପଣିଆ, ସମୟାନୁବର୍ତ୍ତିତା, କର୍ତ୍ତବ୍ୟନିଷ୍ଠ ପଣିଆକୁ ଉପସ୍ଥିତ ଅତିଥି ଅଭିଭାଷଣ ରେ ଉପସ୍ଥାପନା କରିଥିଲେ। ଛାତ୍ର ଛାତ୍ରୀ ଙ୍କ ସଫଳତା ଏବଂ ଗୁରୁଜୀ ଗୁରୁମା ମାନେ ବିଦ୍ୟାଳୟର ନାଁ କୁ ସବୁବେଳେ ଗୌରବାନୀତ କରିବାକୁ ଆଶା ପ୍ରକଟ କରିଥିଲେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପରିଡା । ବିଦ୍ୟାଳୟ ପକ୍ଷରୁ ଶ୍ରୀ ଯୁକ୍ତ ପରିଡା ଙ୍କୁ ପୁଷ୍ପଗୁଚ୍ଛ,ଉପଢ଼ୋକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ପରିସରରେ ଉପସ୍ଥିତ ଅତିଥି, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଭାବବିହ୍ଵଳ ହୋଇ ପଡ଼ିଥିଲେ।ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତି କାଳନ୍ଦୀ ଚରଣ ଛାଟୋଇ ଓ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ଚିନ୍ମୟ କୁମାର ପ୍ରଧାନ । ଶେଷରେ ଉପସ୍ଥିତ ଅତିଥି, ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ବିଦ୍ୟାଳୟର ଅତି ପ୍ରିୟ ପ୍ରଧାନଶିକ୍ଷକ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ପରିଡା ଙ୍କୁ ବିରାଟ ପଟୁଆର ରେ ଶୋଭାଯାତ୍ରା ମାଧ୍ୟ୍ୟମରେ ବିଦ୍ୟାଳୟ ଠାରୁ ନେଇ ଗୁରୁଜୀଙ୍କ ବାସ ଭବନ ଛାଡିଥିଲେ।


