ଅତିରିକ୍ତ ସରକାରୀ ଓକିଲ ଜି.ସୂର୍ଯ୍ୟପ୍ରକାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ରାଜ୍ୟ ପୋଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳାରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ସକାଶେ ସମ୍ବର୍ଦ୍ଧିତ ହୋଇଥିବା ଆସିକାର ଅତିରିକ୍ତ ସରକାରୀ ଓକିଲ (ଏପିପି) ଜି.ସୂର୍ଯ୍ୟପ୍ରକାଶ ରାଓଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଏହି ଅବସରରେ କ୍ୟାଡର ଅତିରିକ୍ତ ପିପି (ଅତିରିକ୍ତ ଅଭିଯୋଜକ) ସୁରେଶ ଚନ୍ଦ୍ର ପାତ୍ର, ସରକାରୀ ଓକିଲ ଦ୍ୱାରିକାନାଥ ପରିଡା, ଶିବଶଙ୍କର ମହାନ୍ତି, ଚିନ୍ତାମଣି ମେକାପ୍, ପ୍ରଶାନ୍ତ କୁମାର ଦାଶ, ସଂଜୀବ କୁମାର ପାଣିଗ୍ରାହୀ, ନାରାୟଣ ଜେନା, ବି.ମୋହନ ରାଓ ଦୋରା ପ୍ରମୁଖ ରାଜ୍ୟସ୍ତରୀୟ କର୍ମଶାଳାରେ ସମ୍ବର୍ଦ୍ଧିତ ହୋଇଥିବା ଆସିକାର ଅତିରିକ୍ତ ସରକାରୀ ଓକିଲ (ଏପିପି) ଜି.ସୂର୍ଯ୍ୟପ୍ରକାଶ ରାଓଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା, ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିବା ଦେଖିବାକୁ ମିଳିଛି ।