ବେଆଇନ ପଥର, ବାଲି ଲଘୁ ଖାଦାନ ଉପରେ ରୋକ ଲଗେଇଲା ପ୍ରଶାସନ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ) :ଉପଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଚିକିଟି ତହସିଲ ର ଚାରି ବେଆଇନ ଲଘୁ ଖାଦାନ ଉପରେ ପ୍ରଶାସନ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି.ଅଭିଯୋଗ କୁ ଆଧାର କରି ତହସିଲଦାର ବିଶ୍ୱ ରଞ୍ଜନ କଁହର ଙ୍କ ନେତୃତ୍ୱ ରେ ଏହି ଚଢ଼ାଉ ହୋଇଛି.ତହସିଲର ର ମାଉନ୍ଦ ପୂର ଠାରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ପଥର ଜିଲୋ ଟିନ ବ୍ୟବହାର କରି ବ୍ଲାଷ୍ଟ କରାଯିବା ସହ ଆଖ ପାଖରେ ରହିଥିବା ଚାଷ ଜମି ଗୁଡିକ ମଧ୍ୟ ଏଥିରେ ପ୍ରଭାବିତ ହେଉଥିଲା। ସେହିପରି ବିନା ଲିଜ ରେ ବାହୁଦା ନଦୀ ର କେ.ନୂଆଗାଁ,ଡ଼ଭାର,ଚଢେୟାପଡା ଠାରେ ବେଆଇନ ଭାବେ ବାଲି ଚାଲାଣ ଏବଂ ଗଛିତ କରି ମଧ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି.ସେହି ଆଧାର ରେ ଏହି ଚାରି ଜାଗା କୁ ସିଜ ମଧ୍ୟ କରାଯାଇଛି.ବି ଏନ ଏସ ର 163 ଧାରା ଲାଗୁ କରାଯାଇ ପୋଲିସ ର ନିରୀକ୍ଷଣ ରେ ଏହି ଅଞ୍ଚଳ ରହିବ.ଉକ୍ତ ଜାଗା ଗୁଡିକ ରେ ନାଲି ବାନା ପୋତାଜାଇ କୌଣସି ବେଆଇନ କାରବାର ଲକ୍ଷ କଲେ ନନ ବେଲେବଲ ଧାରା ଲଗେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଣି ଅଧିକାରୀ ପ୍ରକାଶ କରିଛନ୍ତି.ତହସିଲଦାର ଶ୍ରୀ କଁହର ସମେତ ଖଣି ଅଧିକାରୀ ପଙ୍କଜ କୁମାର ଠାକୁର,ଥାନା ଅଧିକାରୀ ବିଶ୍ୱଜିତ ନାୟକ,ସୁପରଭାଇଜର ଜି.ଦୁର୍ବାସା,ରାଜସ୍ବ ନିରୀକ୍ଷକ ବଳରାମ ପ୍ରଧାନ,ଦେବରାଜ ନାୟକ ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ।


