ସମ୍ଭାବ୍ୟ ଲଘୁଚାପ ମୋନ୍ଥା ପାଇଁ ଗଜପତିରେ ସମସ୍ତ ପର୍ଯ୍ୟଟନସ୍ଥଳୀର ପ୍ରବେଶ ପଥକୁ ସିଲ କଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସମ୍ଭାବ୍ୟ ବାତ୍ୟା ମୋନ୍ଥାର ପ୍ରଭାବରେ ଗଜପତି ଜିଲ୍ଲାରେ ପଡିବାର ସୂଚନା ପାଣିପାଗ ବିଭାଗରୁ ମିଳିଛି. ଏଥିରେ ଅତ୍ୟଧିକ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ମହେନ୍ଦ୍ରଗିରି ଏବଂ ବୃନ୍ଦାବନ ପ୍ୟାଲେସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଗଜପତି ଜିଲ୍ଲାପାଳ ମଧୁସ୍ମିତା ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବ୍ଳକ୍ ଉନ୍ନୟନ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅବଗତ କରାଯାଇଛି । ଲଗାଣ ବର୍ଷା ଫଳରେ ଝରଣାର ଜଳସ୍ରୋତ ବୃଦ୍ଧି ପାଇବା ଏବଂ ପାହାଡ଼ ଧସିବା ଆଶଙ୍କା ରହିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନସ୍ଥଳୀକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି. ଏଥି ଅନୁଯାୟୀ ଆଜି ରବିବାର ଠାରୁ ଗଜପତି ଜିଲ୍ଲାର ସମସ୍ତ ପର୍ଯଟନ କେନ୍ଦ୍ର ଓ ଜଳ ପ୍ରପାତ ଆଦିର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି. ଏଥିସହ ଗଜପତି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ପଦାଧିକାରୀ ଏହି ବାତ୍ୟା ସମୟରେ ସମସ୍ତେ ନିଜ ନିଜ କାର୍ଯ୍ୟରେ ଉପସ୍ଥିତ ରହିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅବଗତ କରିବା ସହ ଛୁଟିରେ ଥିବା ସମସ୍ତ କର୍ମଚାରୀ ତୁରନ୍ତ ନିଜ ନିଜ କାର୍ଯ୍ୟରେ  ଯୋଗ ଦିଅନ୍ତୁ ବୋଲି ପ୍ରଶାସନର ନିର୍ଦେଶ ରହିଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ