ପାରଳାଖେମୁଣ୍ଡିରେ ପ୍ରଶାସନର ଚଢ଼ଉ: ବିଭିନ୍ନ ହୋଟେଲରୁ 15 ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢାଉ କରାଯାଇ ବେଆଇନ ବ୍ୟବହାର ପାଇଁ ରଖା ଯାଇଥିବା 15 ଗୋଟି ଘରୋଇ ଗ୍ୟାସ ସିଲିଣ୍ଡର ଗୁଡିକୁ ଜବତ କରାଯାଇଛି. ପାରଳା ଉପ-ଜିଲ୍ଲାପାଳ ଅନୁପ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଗଠିତ ସ୍କ୍ୱାୱାର୍ଡ ସହରର  ବିଭିନ୍ନ ହୋଟେଲ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ କରାଯାଇଛି। ଏଥିରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ୧୫ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ସହରର ଫୁଡ ଲୋଗିନ୍‌ରୁ ૪,ଏସଭିଏଲ୍ ଷ୍ଟିଲ୍‌ରୁ ୩, ସାଇ ଇଣ୍ଟର ରନ୍ୟାସନାଲ ହୋଟେଲରୁ ୩, ଡଲଫିନ୍ ହୋଟେଲ୍‌ରୁ ४ ଶ୍ରୀକୁଞ୍ଜ ହୋଟେଲରୁ ଗୋଟିଏ ଘରୋଇ ସିଲିଣ୍ଡର ଜବତ କରାଯାଇଛି। ଏହାସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି କଲେ ଆଇନ ଅନୁଯାଇ ଦଣ୍ଡିତ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାଯାଇଛି। ପ୍ରକାଶ ଯେ ମଧ୍ୟପ୍ରାଚ୍ୟରେ ଲାଗି ରହିଥ‌ିବା ଯୁଦ୍ଧ ପ୍ରଭାବରେ ରନ୍ଧନ ଗ୍ୟାସ୍ ଉପରେ ସିଧାସଳଖ ପ୍ରଭାବ ପଡିଛି । ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ କିଛି ଅସାଧୁ ବ୍ୟବସାୟୀ ଏପରି ଘଡିସନ୍ଧି ମୂହୁର୍ତ୍ତରେ ସକ୍ରିୟ 6 ହୋଇ ବ୍ୟାପକ କଳାବଜାରୀ କରିବା ସହ କୁତ୍ରିମ ଉପାୟ ଅବଲମ୍ବନ କରି ଦରଦାମ ବୃଦ୍ଧି କରିବାର ବହୁ ଦୃଷ୍ଟାନ୍ତ ରହିଛି। ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବାର ଜଣାଯାଇଛି।ଏହି ଚଢ଼ଉରେ ଅତିରିକ୍ତ ଯୋଗାଣ ଅଧିକାରୀ ସୁହଂସ ଭୋଇ, ସବ୍ୟସାଚୀ ବସ୍ତିଆ, ସହକାରୀ ଯୋଗାଣ ଅଧିକାରୀ ପୃଥ୍ବୀରାଜ ପ୍ରଧାନ, ଯୋଗାଣ ନିରୀକ୍ଷକ ରୀତା ବେହେରା ଓ ବାଦଲ ସାମନ୍ତରାୟଙ୍କ ସମେତ ବିଭାଗୀୟ କର୍ମଚାରୀନ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ