ବିକଶିତ କୃଷି ସଂକଳ୍ପ ଅଭିଯାନ

ପୋଲସରା(ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର କଲ୍ଯାଣ ମଣ୍ଡପରେ ପୋଲସରା ବ୍ଳକ କୃଷି କାର୍ଯ୍ୟାଳୟ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ସାରା ରାଜ୍ୟରେ ମଇ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ହେବାର ବ୍ଯବସ୍ଥା ରହିଅଛି। ଭାରତରେ ଦୈନିକ ୭୦୦ ଜିଲ୍ଲାରେ ୨୦୦୦ କୃଷି ବୈଜ୍ଞାନିକ ଉପସ୍ଥିତ ରହି ସାଢେ ଏକ କୋଟି କୃଷକଙ୍କ ସହିତ ସିଧା ଆଲୋଚନା କରୁଛନ୍ତି।  ୦୩/୦୬/୨୫ ତାରିଖ ଦିନ ଢୁଙ୍କାପଡା ପଞ୍ଚାୟତର କଲ୍ଯାଣ ମଣ୍ଡପରେ ପୋଲସରା ଗୋଷ୍ଠୀ କୃଷି ଅଧିକାରୀ ଗଣେଶ୍ୱର ସାହୁଙ୍କ ତତ୍ତ୍ଵାବଧାନରେ କୃଷି ଓ ଗୃହପାଳିତ ପଶୁ ସମ୍ପଦ ବିଷୟକୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ କେନ୍ଦ୍ର କୃଷି ବୈଜ୍ଞାନିକ ଡଃ ଏସ୍ କେ ମିଶ୍ର, ଡଃ ଏସ୍ ସୌରଭ, ଡଃ ଆଶିଷ ମୈଇତି ଓ କେ.ବି.କେ. ଜିଲ୍ଲା କୃଷି କେନ୍ଦ୍ରରୁ ଡ଼ଃ ସନ୍ଦିପ ମହାନ୍ତି, ଡଃ ସିଦ୍ଧାର୍ଥ ରଣବିଜୁଳି ଯୋଗଦାନ ପୂର୍ବକ ବିକଶିତ କୃଷି ବିଷୟରେ ଆଲୋକପାତ କରିଥିଲେ। ଜମିରେ ଧାନ ଫସଲ କେଉଁ ପ୍ରଣାଳୀ ଓ କିଭଳି ଭାବେ କରାଯିବା ସହିତ ଧାନ ପରେ କେଉଁ ଫସଲ ଓ କିଭଳି ପଦ୍ଧତିରେ କରାଯିବ ବୁଝାଇଥିଲେ। ରାସାୟନିକ ସାର ଠାରୁ ଦୂରେଇ ରହି ଜୈବିକ ସାର  ଜମିରେ ପ୍ରୟୋଗ କରିବା ପାଇଁ ଅବଗତ କରାଇଥିଲେ । ଚାଷିଙ୍କୁ ମକା ଚାଷ କରିବା ପାଇଁ ଆଗ୍ରହ ସୃଷ୍ଟି କରି ଭୁବନେଶ୍ଵର କୃଷି କେନ୍ଦ୍ର ଠାରେ ଆଲୋଚନାରେ ଅଂଶ ଗ୍ରହଣ କରିବା ପାଇଁ କହିଥିଲେ। ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଚାଷୀଙ୍କ ପାଇଁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରାଇବା ସହିତ ମାଛ ଚାଷ କରିବା ପାଇଁ ଉତ୍ସାହିତ କରିଥିଲେ। ଏହା ସହିତ ଗାଈ, ମଇଁଷି, ଛେଳି ପ୍ରଭୃତି ଗୃହ ପାଳିତ ପଶୁମାନଙ୍କ କୃର୍ମି ପରୀକ୍ଷଣ, ଟିକା କରଣ, ପ୍ରଜ୍ଜ୍ୱଜନ ସଠିକ ସମୟରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଗୃହ ପାଳିତ ପଶୁଙ୍କ ଅଭିବୃଦ୍ଧି ସହିତ ସେମାନଙ୍କୁ ନିରୋଗ ରଖିବା ପାଇଁ ବୈଜ୍ଞାନିକ ବୃନ୍ଦ ନୂତନ ପ୍ରଯୁକ୍ତି ବିଦ୍ୟା ଓ ସରକାରଙ୍କ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ କୁଳମଣି ବାରିକ, ନାଏବ ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାରଣା, ଏସ୍ ଏଲ ଓ ନିରଞ୍ଜନ ପାତ୍ର, ଢୁଙ୍କାପଡା ଭି.ଏସ ଡାକ୍ତର ଦେବଦତ୍ତ ଲେଙ୍କା ଉପସ୍ଥିତ ରହି କୃଷି ଓ ପଶୁପାଳନ ବିଷୟରେ ଚାଷୀଙ୍କୁ ଅବଗତ କରାଇଥିଲେ। ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢ଼ୀ ଓ ସୁମନ ଶେଖର ସ୍ବାମୀ, ବିଟିଏମ ଆଶିଷ ରଞ୍ଜନ ଜେନା, ଗ୍ରାମ୍ୟ କୃଷି କର୍ମଚାରୀ ପ୍ରସାନ୍ତ କୁମାର ସାହୁ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଢୁଙ୍କାପଡା ସରପଞ୍ଚ ସିମାଞ୍ଚଳ ସେଠୀ ଧନ୍ୟବାଦ ଅପର୍ଣ କରିଥିଲେ। କାର୍ଯ୍ୟକ୍ରମରେ ଢୁଙ୍କାପଡା, ସୋଡକ, କଣଛାଇ ଓ କେନ୍ଦୁବାଡି ପଞ୍ଚାୟତର ବହୁ କୃଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଅଞ୍ଚଳରେ ବିକଶିତ କୃଷି ସଂକଳ୍ପ ଅଭିଯାନର ପ୍ରଚାର ପ୍ରସାର ପାଇଁ ସଚେତନତା କୃଷିରଥର ଶୁଭାରମ୍ଭ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ