ବିଚାରକ ଭାବେ ଭିଏତନାମ ଯିବେ ପୋଲସରା ଅଞ୍ଚଳର ଆଡଭୋକେଟ

ପୋଲସରା , (ଅନୀଲ କୁମାର ମହାରଣା): ଭିଏତନାମ ଦେଶର ରାଜଧାନୀ ହାନୋଇ  ସହରର ହାନୋଇ ଆଇନ ବିଶ୍ୱବିଦ୍ୟାଳୟରେ ଆସନ୍ତା ଅକ୍ଟୋବର ୧୧, ୧୨ ଓ ୧୩ ତାରିଖ ତିନି ଦିନ ପାଇଁ ଅନୁଷ୍ଠିତ ହେବାକୁଥିବା ଆନ୍ତର୍ଜାତୀୟ ଆଇନ ଛାତ୍ରଙ୍କ ଦକ୍ଷତା ଓ ପ୍ରତିଭା ପ୍ରତିଯୋଗିତାରେ ଆମ ଦେଶର ସୁପ୍ରିମକୋର୍ଟର ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜେ. ଡେଙ୍ଗାପଦର ଗ୍ରାମର ସୁଶାନ୍ତ କୁମାର ମଲ୍ଲିକ ବିଚାରକ ଭାବେ ଯୋଗଦେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି। ଏହି ଆନ୍ତର୍ଜାତିୟ ଆଇନ ଛାତ୍ରଙ୍କ ପ୍ରତିଯୋଗିତାରେ ସମ୍ମାନଜନକ ତିନି ଜଣ ବିଚାରକଙ୍କ ମଧ୍ୟରୁ ଭାରତରୁ ଆଡଭୋକେଟ ଶ୍ରୀ ମଲ୍ଲିକ ଅଂଶ ଗ୍ରହଣ କରିବେ। ଏହି ୨୦ତମ ଲାୱାସିଆ ମୁଟ୍ ପ୍ରତିଯୋଗିତା (ଆନ୍ତର୍ଜାତୀୟ ରାଉଣ୍ଡ) ସହ ୩୮ ତମ ଲାୱାସିଆ ବାର୍ଷିକ ସମ୍ମିଳନୀ ମଧ୍ୟ ହାନୋଇରେ ଅନୁଷ୍ଠିତ ହେବ, ଯାହା ଆଇନ ଛାତ୍ରଙ୍କ ଦକ୍ଷତା ଏବଂ ପ୍ରତିଭା ବିକଶିତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବା ଏବଂ ଏହି ବାର୍ଷିକ କାର୍ଯ୍ୟକ୍ରମ ସାରା ବିଶ୍ୱର ଉତ୍କୃଷ୍ଟ ଭାବରେ ସ୍ପଷ୍ଟ ଆଇନ ଛାତ୍ର, ଆଇନଗତ ଭାଇଚାରା ଏବଂ ନ୍ୟାୟପାଳିକାର ସଦସ୍ୟମାନଙ୍କୁ ଏକତ୍ରିତ କରିପାରିବ। ଲାୱାସିଆ ମୁଟ୍ ସ୍ଥାୟୀ କମିଟିର ଅଧ୍ୟକ୍ଷ ରାଫେଲ୍ ଟେ ଓ ସମ୍ପାଦକ ନିକୋଲେ ପକ୍ଷରୁ ସୁପ୍ରିମକୋର୍ଟର ଆଡଭୋକେଟ ତଥା ପୋଲସରା ମାଟିର ପୁଅ ସୁଶାନ୍ତ କୁମାର ମଲ୍ଲିକଙ୍କୁ ବିଚାରକ ଭାବେ ନିମନ୍ତ୍ରଣ କରିଥିବା ବେଳେ ୩୮ ତମ ବାର୍ଷିକ ସମ୍ମିଳନୀରେ ଅତିଥି ଭାବେ ଭିଏତନାମର ମାନ୍ୟବର ପ୍ରଧାନମନ୍ତ୍ରୀ ଫାମ୍ ମିନ୍ ଚିନ୍, ଭାରତର ସୁପ୍ରିମକୋର୍ଟ ର ମାନ୍ୟବର ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇ, ମାଲସିୟାର ମାନ୍ୟବର ପୂର୍ବତନ ମୁଖ୍ୟ ବିଚାରପତି ଟି.ଟି.ଏମ.ବି. ଟୁଆନ ମତ ଓ ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟର ମାନ୍ୟବର ପୂର୍ବତନ ବିଚାରପତି ପ୍ରଫେସର ରୁଆଲ ପଙ୍ଗାଲାଙ୍ଗନ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ