ଅନେକ ଦାବି ପରେ ଶାଳଣିଆଁ ରେ ଶିକ୍ଷକ ନିଯୁକ୍ତି
ହାଟଡିହି (ବିକାଶ ବିଶ୍ବାଳ): ଅନେକ ଦାବି ପରେ ଶାଳଣିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହୋଇଛି। ବିଦ୍ୟାଳୟ ରେ କମ ଶିକ୍ଷକ ଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆନ୍ଦୋଳନ ପର୍ଯ୍ୟନ୍ତ କଥା ଯାଇଥିଲା। ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ବାଦଲ ଜେନା ବିଦ୍ୟାଳୟରେ ନୂତନ ଶିକ୍ଷକ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ସକାଳେ ସେ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରଞ୍ଜିତା ଜେନା, ଉପସଭାପତି କୈଳାଶ କୁଅଁର, ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣି ପେରେଇ, ଯାବିନିପୂର୍ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାୟକ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ନୂତନ ଶିକ୍ଷକଙ୍କୁ ସ୍ଵାଗତ କରିଥିଲେ।