କର୍ମମୟ ଜୀବନରୁ ଅବସର ପରେ ବି ବିଶ୍ୱନାଥଙ୍କ ଭରସା ସାଇକେଲ୍‍

ଆସିକା(ୱାଇଏନ୍‍ଏସ୍‍) ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୩ ତାରିଖରେ ପାଳନ କରାଯାଇଥାଏ ବିଶ୍ୱ ସାଇକେଲ୍‍ ଦିବସ । ଗତ କିଛି ବର୍ଷ ତଳେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇ ବିଶ୍ୱ ସାଇକେଲ୍‍ ଦିବସ ପାଳନର ପରମ୍ପରା ଆରମ୍ଭ କରାଯାଇଥିଲା । ପ୍ରାୟ ୨୦୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସିଥିବା ସାଇକେଲ୍‍ର ବିଶିଷ୍ଠତା, ଦୀର୍ଘ ଆୟୁ, ବହୁମୁଖୀତା ଓ ପରିବେଶ ସୁରକ୍ଷା ଦିଗରେ ଥିବା ଅବଦାନକୁ ଏହି ଦିବସରେ ସ୍ୱୀକାର କରାଯାଇଥାଏ । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଧିରେ ଧିରେ ବଢିବାକୁ ଲାଗିଛି ସାଇକେଲର କ୍ରେଜ୍‍ । ଧନୀ ଗରିବ ସବୁ ବର୍ଗର ଲୋକେ ପ୍ରାୟତଃ ଚଳାଉଛନ୍ତି ସାଇକେଲ୍‍ । ସ୍ୱାସ୍ଥ୍ୟକୁ ନିରୋଗ ଓ ସୁସ୍ଥ ଏବଂ ମନକୁ ସତେଜ ରଖିବା ସହ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା କରିବାକୁ ସଚେତନ ନାଗରିକମାନେ ଯୁବପିଢୀଙ୍କୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି । ଆସନ୍ତାକାଲି ଅର୍ଥାତ୍‍ ମଙ୍ଗଳବାର ପାଳିତ ହେବ ବିଶ୍ୱ ସାଇକେଲ୍‍ ଦିବସ । ଆସିକା ରାଜସ୍ୱ ବିଭାଗର ପ୍ରାକ୍ତନ ବରିଷ୍ଠ ରାଜସ୍ୱ ପରିଦର୍ଶକ ବିଶ୍ୱନାଥ ଲେଙ୍କା କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଥିଲେ ମଧ୍ୟ ଏବେ ବି ସେ ନିଜକୁ ଯୁବକ ବୋଲି ଭାବନ୍ତି । ଯେଉଁ ବୟସରେ ଲୋକମାନେ ଗାଡି ଚଳାଇବାକୁ ଭୟ କରନ୍ତି ସେ ବୟସରେ ଅବସରପ୍ରାପ୍ତ ରାଜସ୍ୱ ବିଭାଗର କର୍ମଚାରୀ ବିଶ୍ୱନାଥ ଲେଙ୍କା ଏବେ ବି ଦିନକୁ ୧୫ ରୁ ୨୦ କିଲୋମିଟର ସାଇକେଲ୍‍ ଚଳାଇବା ତାଙ୍କର ଏକ ନିଶା ପାଲଟିଛି । ଆସିକା ଏନ୍‍ଏସିି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ଦାଶରଥୀ ନଗରର ବାସିନ୍ଦା ତଥା ଆସିକା ରାଜସ୍ୱ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ରାଜସ୍ୱ ପରିଦର୍ଶକ ବିଶ୍ୱନାଥ ଲେଙ୍କାଙ୍କ ସାଇକେଲ୍‍ ହିଁ ଏକମାତ୍ର ଭରସା ପାଲଟିଛି । ବିଗତ କିଛି ବର୍ଷ ହେଲା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସାଇକେଲ୍‍ ବଦଳରେ ସ୍କୁଟି କିମ୍ବା ବାଇକ୍‍ ଚଳାଇବାକୁ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏହି ବୟସରେ ବି ସାଇକେଲ୍‍କୁ ଯାତାୟତର ଏକ ମାଧ୍ୟମ କରିଛନ୍ତି ଆସିକା ରାଜସ୍ୱ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବିଶ୍ୱନାଥ ଲେଙ୍କା । ଆସିକା ଏନ୍‍ଏସି ଅନ୍ତର୍ଗତ ଦାଶରଥୀନଗରରେ ଅବସରପ୍ରାପ୍ତ ରାଜସ୍ୱ ବିଭାଗର କର୍ମଚାରୀ ବିଶ୍ୱନାଥ ଲେଙ୍କା ନିଜ ପରିବାର ସଦସ୍ୟଙ୍କ ସହ ରୁହନ୍ତି । ଅବସରପ୍ରାପ୍ତ ରାଜସ୍ୱ ବିଭାଗର କର୍ମଚାରୀ ବିଶ୍ୱନାଥ ଲେଙ୍କାଙ୍କୁ ସହରର ଚାକଚକ୍ୟ ଜୀବନ ଶୈଳୀ କେବେ ବି ଆକୃଷ୍ଟ କରିପାରିନି । ବରଂ ନିଜର ସ୍ୱାସ୍ଥ୍ୟ ଓ ମନକୁ ପ୍ରଫୁଲିତ ରଖିବା ପାଇଁ ସେ ନିୟମିତ ସାଇକେଲ ଚଳାଉଥିବା କହିଛନ୍ତି । କେବଳ ସାଇକେଲ୍‍ ଚଳାଉଥିବାରୁ ସେ ଆଜି ପର୍ଯ୍ୟନ୍ତ କୌଣସି ରୋଗରେ ଆକ୍ରାନ୍ତ ନହୋଇ ସୁସ୍ଥ ଓ ନିରୋଗ ରହିବା ସହ ନିଜକୁ ଯୁବକ ବୋଲି ଅନୁଭବ କରୁଛନ୍ତି । ସେଥିପାଇଁ ସେ ଏବେ ସାଇକେଲ୍‍ ଚଳାଇବା ଜାରି ରଖିଛନ୍ତି । ଏବେ ସେ ନିୟମିତ ପ୍ରାୟ ୧୫ ରୁ ୨୦ କିଲୋମିଟର ସାଇକେଲ୍‍ ଚାଳନା କରୁଥିବା ଜଣାପଡିଛି । ତେଣୁ ଆଜିର ଯୁବ ସମାଜ ବିଭିନ୍ନ ସମୟରେ ସାଇକେଲ୍‍ ପରିବର୍ତ୍ତେ ବାଇକ୍‍, ସ୍କୁଟି, କାର୍‍ ଚଳାଉଥିବାରୁ ଅଧିକାଂଶଙ୍କର ଶାରୀରିକ ପରିଶ୍ରମ ହେଉନାହିଁ । ଯାହାରି ଫଳରେ କମ୍‍ ବୟସରେ ବହୁ ଯୁବପିଢୀ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ବର୍ତ୍ତମାନ ୧୮ ବର୍ଷରୁ କମ୍‍ ପିଲାମାନଙ୍କୁ ଗାଡି ଚଳାଇବା ଉପରେ କଟକଣା ଜାରି ରହିଛି । ଏଣୁ ଯୁବପିଢୀଙ୍କ ପାଇଁ ସାଇକେଲ ଚଳାଇବା ଏକ ସୁବର୍ଣ୍ଣ ସୁଯୋଗ ହୋଇଥିବା ବେଳେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସାଇକେଲ୍‍ ଚଳାଇବା ଉଚିତ୍‍ ବୋଲି ଅବସରପ୍ରାପ୍ତ ରାଜସ୍ୱ ବିଭାଗର କର୍ମଚାରୀ ବିଶ୍ୱନାଥ ଲେଙ୍କା ପରାମର୍ଶ ଦେଇଛନ୍ତି । ସାଇକେଲ୍‍ ଚଳାଇବା ଫଳରେ ପ୍ରଦୂଷଣ କମିବା ସାଙ୍ଗକୁ ଇନ୍ଧନ ମଧ୍ୟ ବଞ୍ଚୁଛି ଓ ସ୍ୱାସ୍ଥ୍ୟ ମଧ୍ୟ ସୁସ୍ଥ ଓ ନିରୋଗ ରହୁଥିବା ଜଣାପଡିଛି । ଆସିକା ରାଜସ୍ୱ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ରାଜସ୍ୱ ପରିଦର୍ଶକ ନିଜର ୩୭ ବର୍ଷର କାର୍ଯ୍ୟକାଳ ଭିତରେ ୧୯୯୪ ମସିହାରେ ମାତ୍ର ୧୯୨୦ ଟଙ୍କାରେ କ୍ରୟ କରିଥିବା ସେହି ପୁରୁଣା ସାଇକେଲଟିକୁ ଧରି ବର୍ତ୍ତମାନ ବି ବିଭିନ୍ନ ଅଞ୍ଚଳକୁ ଯାତାୟତ କରୁଥିବା ବେଳେ ପଲ୍ୟୁସନ ଫ୍ରି ସାଙ୍ଗକୁ ସେ ଫିଟ୍‍ ରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ