ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଶୁଦ୍ଧ ଶବରଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳିବା ନିଶ୍ଚିତ ହେଲା

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ପରେ ଗଜପତି ଜିଲ୍ଲାର ପ୍ରତେକ ଶୁଦ୍ଧ ଶବରଙ୍କୁ ସେମାନଙ୍କ ଜାତିଗତ ପ୍ରମାଣ ପତ୍ର ମିଳିବା ନିଶ୍ଚିତ ହୋଇଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ମୋହନା ବ୍ଲକରେ ଅଧିକାଂଶ ଶୁଦ୍ଧ ଶବରମାନେ ବସବାସ କରି ଆସୁଛନ୍ତି. ଏମାନଙ୍କୁ ଦିର୍ଘ ବର୍ଷ ଧରି ଜାତି ପ୍ରମାଣ ପତ୍ର ଦିଆ ଯାଉନଥିଲା, ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମୂଖୀନ ହେଉଥିଲେ । ଏ ନେଇ ଶୁଦ୍ଧ ଶବରମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ୁ ଥିଲେ କିନ୍ତୁ ଫଳ ଶୂନ ଥିଲା. ବିଗତ ଦିନରେ ଶୁଦ୍ଧ ଶବର ସମାଜ ପକ୍ଷରୁ ମୋହନା ତହସିଲ୍ କାର୍ଯ୍ୟାଳୟ ଘେରାଉ ମଧ୍ଯ କରିଥିଲେ । ତଥାପି ସୁଫଳ ମିଳି ନ ଥିଲା । ଗତ ୧୯/୫/୨୫ ରେ ରାଜ୍ଯ ବିଜେପି ସଂଗଠନ ସମ୍ପାଦକ ମାନସ ମହାନ୍ତି ଗଜପତି ଗସ୍ତ ସମୟରେ ମୋହନା, ଚନ୍ଦ୍ରଗିରି, ମଣ୍ଡଳର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତାମାନେ ଶୁଦ୍ଧ ଶବରଙ୍କୁ ଜାତି ପ୍ରମାଣ ପତ୍ର ମିଳି ନଥିବା ଅଭିଯୋଗ କରିଥିଲେ । ପରେ ଏହି ଅଭିଯୋଗ ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗଜପତି ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ତହସିଲଦାର ଚକ୍ରଧର ପାଢ଼ୀ ଚନ୍ଦ୍ରଗିରି ସଉରା ଉନ୍ନୟନ କାର୍ଯ୍ୟାଳୟରେ ପହଞ୍ଚି ଶୁଦ୍ଧ ଶବରମାନଙ୍କୁ ଡକାଇ ଆଗାମୀ ଦିନରେ ମୋହନା ବ୍ଲକରେ ଶୁଦ୍ଧ ଶବରମାନଙ୍କ ଜାତି ପ୍ରମାଣପତ୍ର ଆବେଦନ କରନ୍ତୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶୁଦ୍ଧ ଶବର ସାମାଜ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ଅଧିକାରୀଙ୍କୁ ଧନ୍ଯବାଦ୍ ଜ୍ଞାପନ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ