ଗଛରୁ ଅହିରାଜ ଉଦ୍ଧାର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ଗ୍ରାମ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ନିକଟ ଏକ ଗଛରୁ ଶନିବାର ଅପରାହ୍ନ ପ୍ରାୟ ୩ ଟାରେ ପ୍ରାୟ ୧୧ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି।କିଛି ଚାଷୀ ଜମିରେ ଧାନ କାଟୁଥିବା ବେଳେ ଗଛ ରେ ସାପଟିକୁ ଦେଖିଥିଲେ। ଖବର ପ୍ରଚାରିତ ହେବାପରେ ସାପ ଦେଖିବାକୁ ଗ୍ରାମବାସୀ ଙ୍କ ପ୍ରବଳ ଭିଡ଼ ହୋଇଥିଲା। ପରେ ନିକଟସ୍ଥ ଗ୍ରାମରୁ ତାଲିମପ୍ରାପ୍ତ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ୨ ସଦସ୍ୟ ରାମଚନ୍ଦ୍ର ସାହୁ ଓ ଜଗନ୍ନାଥ ସାହୁ ସେଠାରେ ପହଞ୍ଚି ସୁରକ୍ଷିତ ଅବସ୍ଥାରେ ଅହିରାଜ କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି।ଏଭଳି ବଡ଼ ଧରଣର ଅହିରାଜ ଉଦ୍ଧାର ଘଟଣା ପ୍ରଥମ ବୋଲି ଗ୍ରାମର ସଦାନନ୍ଦ ସାହୁ କହିଛନ୍ତି।


