ବିଜ୍ଞାନ ମହାବିଦ୍ୟାଳୟରେ ଏଡସ ସଚେତନତା ସଭା

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଡିସେମ୍ବର ୦୯ ତାରିଖ ଦିନ ଏଡ଼ସ/ଏଚ.ଆଇ.ଭି. ର ନିରାକରଣ ଉପଲକ୍ଷେ ଯୁବ ରେଡକ୍ରସ ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଯୁବ ରେଡ କ୍ରସ ସଂଯୋଜକ ଅଧ୍ୟାପକ ସ୍ୱାଭିମାନ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ଡକ୍ଟର ସୁଦାମ ସେଠୀ, ଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରୀ ଦାସ, ଏନଏସଏସ ପ୍ରୋଗ୍ରାମ ଅଫିସର ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଯୋଗଦେଇଥିଲେ। ଅଧ୍ୟାପକ ସ୍ୱାଭିମାନ ସାହୁ ଏଚ୍.ଆଇ.ଭି./ଏଡ଼ସ କାରଣ ଓ ନିରାକରଣ ବିଷୟ ନେଇ ସଚେତନ କରିବା ସହ ଏଡ୍ସ ସଂକ୍ରମଣରୁ ନିଜକୁ, ନିଜ ପରିବାରକୁ ଓ ମାନବ ସମାଜକୁ କିପରି ରକ୍ଷା କରାଯିବ ତାହା ବୁଝାଇ ଥିଲେ। ଅଧ୍ୟକ୍ଷ ଡକ୍ଟର ନାୟକ ନିଜ ଅଭିଭାଷଣରେ ଏଚ୍.ଆଇ.ଭି./ଏଡ଼ସ ର ଭୟାବହ ବିଷୟରେ ଗୁରୁତ୍ୱାରୋପ କରି ଛାତ୍ରଛାତ୍ରୀ ବୃନ୍ଦ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ପିଲାମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସତର୍କତା ଅବଲମ୍ବନ କଲେ ଏଚ୍.ଆଇ.ଭି./ଏଡ଼ସ କୁ ପ୍ରତିରୋଧ କରିପାରିବା। ଶେଷରେ ଯୁବ ରେଡକ୍ରସ ମହିଳା ସଂଯୋଜକ ସୁଜାତା ରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ