ମଦର ବହୁଳ ପ୍ରସାର ପାଇଁ ଟେଟ୍ରା ପ୍ୟାକ୍ ବିରୁଦ୍ଧରେ ଏଆଇଏମଏସଏସ ପକ୍ଷରୁ ବିକ୍ଷୋଭ

କଟକ,(ଓ୍ବାଇଏନଏସ): ଟେଟ୍ରା ପ୍ୟାକ୍ ମଦ ପ୍ରସାର ବନ୍ଦ ସହ ମଦକୁ ସଂପୂର୍ଣ୍ଣ ନିଶିଦ୍ଧ କରିବା ଦାବିରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଆଇଏମଏସଏସ ପକ୍ଷରୁ ଟେଟ୍ରା ପ୍ୟାକ୍ ମଦ ବନ୍ଦ ଦାବିରେ ରାଜ୍ଯ ବ୍ୟାପି ପ୍ରତିବାଦ ଦିବସ ପାଳନ କରାଯାଉଛି। ବିଜେପି ଦଳ ନିର୍ବାଚନ ସମୟରେ ଓ ନିର୍ବାଚିତ ପରେ ଘୋଷଣା କରିଥିଲା ରାଜ୍ଯ କୁ ୨୦୨୪ ଅଗଷ୍ଟ ୧୫ ଠାରୁ ସଂପୂର୍ଣ୍ଣ ମଦ ମୁକ୍ତ ରାଜ୍ଯ କରିବେ। ଅତ୍ଯନ୍ତ ପରିତାପର ବିଷୟ ଏହି କି ଯେ ରାଜ୍ଯ ସରକାର ମଦ ମୁକ୍ତ କରିବାତ ଦୁରର କଥା ଟେଟ୍ରା ପ୍ୟାକ୍ ମଦ ପ୍ରଚଳିତ କରି ରାଜ୍ଯରେ ମଦ ବନ୍ୟା କରିବା ଯୋଜନା କରିଛନ୍ତି। କାଗଜ ଡବାରେ (ଟେଟ୍ରା ପ୍ୟାକ୍) ମଦ ମିଳିଲେ ଗାଁରୁ ସହର ବିଭିନ୍ନ ଛକ ବଜାର, ରାସ୍ତା କଡ, ଜାତାୟତ କରୁଥିବା ଲୋକ ମାନେ ଓ କୋମଳମତି ଛାତ୍ରମାନେ ବ୍ୟାଗ୍ ରେ ଅନାୟାସରେ ନେଇପାରିବେ ଏବଂ ନିଶାଗ୍ରସ୍ତ ହୋଇପାରିବେ। ସରକାର କେବଳ ଅବକାରୀ ଶୁଳ୍କ ପାଇଁ ଜନସାଧାରଣଙ୍କୁ ନିଶାଗ୍ରସ୍ତ କରୁନାଁହାନ୍ତି ଅସଲ ଉଦେଶ୍ଯ ଲୋକ ନିଶାଗ୍ରସ୍ତ ହେଲେ ସରକାରଙ୍କ ଜନବିରୋଧୀ ନୀତି ଓ ବିଭିନ୍ନ ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତୋଳନ କରିବେ ନାହିଁ। ସରକାରଙ୍କ ହୀନ ଷଡ଼ୟନ୍ତ୍ର ବିରୁଦ୍ଧରେ ଏହା ସହିତ ରାଜ୍ଯର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ଯନ୍ତ ଉଦବେଗଜନକ ପହଞ୍ଚିଛି ଫଳରେ ନାରୀ, ଛାତ୍ରୀ, ଓ ଶିଶୁ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ଯା ଭଳି ଜଘନ୍ଯ ଅପରାଧ ବଢିଚାଲିଛି। ଏହାର ନିରାକରଣ, ଟେଟ୍ରା ପ୍ୟାକ୍ ମଦ ବନ୍ଦ, ମଦ ଡ୍ରଗ୍ସ ଓ ସମସ୍ତ ନିଶାଦ୍ରବ୍ୟ ନିଶିଦ୍ଧ ଛାତ୍ରୀ, ଶିଶୁ ଓ ନାରୀମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ବିକ୍ଷୋଭକାରୀମାନେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦେଇଥିଲେ। ଏଆଇଏମଏସଏସ ଜିଲ୍ଲା ସଭାନେତ୍ରୀ ମାଳବିକା ସାମଲ, ସଂପାଦିକା ସ୍ୱାଧିନୀ ବେହେରା, ଉପ ସଭାନେତ୍ରୀ ସିପ୍ରା ମହାନ୍ତି, ନାରୀନେତ୍ରୀ ମନୋସ୍ୱିନୀ ପ୍ରଧାନ, ଜୋତ୍ସାମୟୀ ଦାଶ, ସୁଜାତା ମହାପାତ୍ର, ମାଧବୀଲତା ଚାତାର, ଶ୍ରଦ୍ଧାଞ୍ଜଳି ପାତ୍ର, ମାନି ବେହେରା, ନମିତା ବେହେରା, ବିରେନ ବଦ୍ରା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ