ଶାସଙ୍ଗରେ ରହୁନି ଏୟାରଟେଲ ନେଟୱାର୍କ, ମୋବାଇଲ ବ୍ୟବହାରକାରୀ ହତାଶ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଦୀର୍ଘ ମାସ ହେବ ଏଆରଟେଲ ନେଟୱାର୍କ ରହୁନି। ପୂର୍ବରୁ ଉପଯୁକ୍ତ ସେବା ମିଳୁଥିବା ବେଳେ ଆଜକୁ ୬ ମାସ ହେବ ଉପଯୁକ୍ତ ସେବା ମିଳୁନଥିବାରୁ ମୋବାଇଲ ବ୍ୟବହାରକାରୀ ହତାଶ ହୋଇ ପଡିଛନ୍ତି। ସୂଚନା ଅନୁଯାଇ ଉକ୍ତ ଗ୍ରାମରେ ଏକ ହଜାରରୁ ଉର୍ଦ୍ଧ ମୋବାଇଲ ବ୍ୟବହାର କରୁ ଥିବାବେଳେ ୯୦ ଭାଗରୁ ଉର୍ଦ୍ଧ୍ଵ ଲୋକ ଏୟାରଟେଲ ବ୍ୟବହାର କରିଥାନ୍ତି। ଆଜକୁ ୩ବର୍ଷ ହେଲା ୫ଜି ସେବା ସାରା ରାଜ୍ୟ ରେ ଉପଲବ୍ଧ ହେଉଥିବା ବେଳେ ଏଠାରେ ୪ଜି ଦେଖାଉଛି। ମାତ୍ର ମୋବାଇଲ ନେଟୱାର୍କ ରହୁ ନଥିବାରୁ ୪ଜି ସେବା କଣ ଫୋନ ରେ କଥା ବାର୍ତ୍ତା ମଧ୍ୟ ହୋଇ ପାରୁନାହାନ୍ତି ମୋବାଇଲ ବ୍ୟବହାରକାରୀ। ଦେଢ଼ କିଲୋମିଟର ଦୂର ଛେନାପଦି ଛକରେ ଏୟାରଟେଲର ଟାୱାର ବସିଥିଲେ ମଧ୍ୟ ଶାସଙ୍ଗ ଗ୍ରାମରେ ନେଟ ୱାର୍କ ନରହିବା ବ୍ୟବହାର କାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏୟାରଟେଲ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଶାସଙ୍ଗ ଗ୍ରାମକୁ ଏୟାରଟେଲ ନେଟୱାର୍କ ସେବା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।


