ନୂଆ ଆଦର୍ଶ ଆଚରଣ ବିଧିକୁ ଏଆଇଏସ୍ଏଫର ବିରୋଧ
କୋଣାର୍କ (ଓ୍ବାଇଏନଏସ): କୋଣାର୍କ ମେଡିକାଲ ଛକ ନିକଟରେ ଏ.ଆଇ.ଏସ୍ .ଏଫ୍ ପୁରୀ ଜିଲ୍ଲା ପକ୍ଷରୁ କ୍ୟାମ୍ପସ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଭା, ସମିତି, ଧାରଣା, ପ୍ରତିବାଦ ଓ ହରତାଳ ପାଇଁ କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅନିବାର୍ଯ୍ୟ କରାଯାଇଥିବା ଆଦର୍ଶ ଆଚରଣ ବିଧିକୁ ବିରୋଧ କରି ଆଜି କୋଣାର୍କ ଠାରେ ଏକ ବିକ୍ଷୋପ ପ୍ରଦର୍ଶନ କରାଯାଇ ଥିଲା । ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ପପୁ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହରଣ କରାଯାଉଥିବା ଅଭିଯୋଗ ଉଠାଯାଇଥିଲା। ବିକ୍ଷୋଭରେ ଆଦର୍ଶ ଆଚରଣ ବିଧିର ସଂଶୋଧନ, ଛାତ୍ର ସଂସଦ ନିର୍ବାଚନକୁ ସୁନିଶ୍ଚିତ କରିବା, ସ୍କୁଲ ଓ କଲେଜରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ, ଏବଂ ଛାତ୍ରଛାତ୍ରୀଙ୍କୁ ପାଇଁ ମାଗଣା ଯାତାୟାତ ସୁବିଧା ଦେବା ପରି ମୁଖ୍ୟ ଦାବିଗୁଡ଼ିକ ଉଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଗର ପ୍ରଧାନ, ସତ୍ୟଜିତ୍ ମାହାରୀ, ଚନ୍ଦ୍ରକାନ୍ତ ସ୍ୱାଇଁ, ମୁନା ସେଠୀ, ଦେବାଶିଷ ମହାପାତ୍ର, ତ୍ରିନାଥ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଆଇନି ପରିବର୍ତ୍ତନ କରି ଛାତ୍ର ଛାତ୍ରୀ ଙ୍କ ଗଣତାନ୍ତ୍ରିକ ଅଧିକାର ସୁନଶ୍ଚିତ ନକରାଗଲେ ରାଜ୍ୟର ପ୍ରତି କ୍ୟାମ୍ପସ ରେ ଆନ୍ଦୋଳନ ହେବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।


