ଅକରୁଆ ସ୍କୁଲର ପ୍ରତିମୂର୍ତ୍ତୀ ଉନ୍ମୋଚନ ଓ ବାର୍ଷିକ ଉତ୍ସବ

ହାଟଡିହି(ଓ୍ବାଇଏନଏସ): ହାଟଡିହି ବ୍ଲକ ଅକରୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିମୂର୍ତ୍ତୀ ଉନ୍ମୋଚନ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ହେମଲତା ବେହେରା, ଘଟଗାଁର ପୂର୍ବତନ ବିଇଓ ରଘୁନାଥ ବେହେରା, ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ଭାରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା,  ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ସିଆର ସି ସି ନିହାର ରଞ୍ଜନ ସ୍ୱାଇଁ, ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଦାଶ, ବୈଜୟନ୍ତୀ ବାଳା ରଥ, ସମାଜସେବୀ ସତ୍ୟ ଭୂଷଣ ସାହୁ, ପଦ୍ମନାଭ ଜେନା, ଏସଏମ ସି ଅଧ୍ୟକ୍ଷ ଅଭିନ୍ନ ଖଟୁଆ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାଶ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପରେ ବାର୍ଷିକ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ହିତୋପଦେଶ ମାଧ୍ୟମରେ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟ ର ଶ୍ରେଷ୍ଠ ଆଲୁମିନ ଅଭିନ୍ନ ଖଟୁଆ, ସରସ୍ବତୀ ଜେନା, ଏସଏମସି ସଦସ୍ୟ ସନାତନ ଜେନା ଓ କୃତ୍ତି ଛାତ୍ରୀ ଅର୍ଚିତା ଜେନାଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ, ପ୍ରଶଂସା ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ପ୍ରମାଣପତ୍ର କରାଯାଇଥିଲା। ଶିକ୍ଷୟତ୍ରୀ ସୁକାନ୍ତି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ନପୂର୍ଣ୍ଣା ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ସୂର୍ଯ୍ୟ ପ୍ରକାଶ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ଶିକ୍ଷୟତ୍ରୀ ଅନିତା ରାଉତ, ଶିକ୍ଷକ ବିଶ୍ୱମ୍ବର ସାହୁ, ଅନାମ ଚରଣ ସାମଲ, ଲୋପାମୁଦ୍ରା ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ