ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବେ ଅକରୁଆ ସରପଞ୍ଚ
ହାଟଡିହି (ଓ୍ବାଇଏନଏସ): ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆସନ୍ତା ୨୫ ତାରିଖରେ ଲୋକସେବା ଭବନ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସମାରୋହ। ଏଥିରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସରପଞ୍ଚ ମାନଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଏଥିରେ ହାଟଡିହି ବ୍ଲକର ଏକମାତ୍ର ସରପଞ୍ଚ ଭାବେ ଅକରୁଆ ପଞ୍ଚାୟତର ସରପଞ୍ଚ ହେମଲତା ବେହେରାଙ୍କୁ ମନୋନୀତ କରାଯାଇଛି। ତାଙ୍କ ପଞ୍ଚାୟତର ପର୍ଯ୍ୟାପ୍ତ ଭିତ୍ତିଭୁମୀର ଉନ୍ନତି ମୂଳକ କାର୍ଯ୍ୟ, ଓ ପଞ୍ଚାୟତ କାର୍ଯ୍ୟାଳୟ ଓ ତାର ଚତୁଃପାର୍ଶ୍ୱ ର ସୌନ୍ଦର୍ଯ୍ୟକରଣ କାମ ନିମନ୍ତେ ତାଙ୍କୁ ଜିଲ୍ଲା ପ୍ରଶାସନ ମନୋନୀତ କରିଛନ୍ତି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଚିଠି ନଂ ୮୯୪ ତା ୧୭।୨।୨୦୨୬ରେ ସରପଞ୍ଚ ଶ୍ରୀମତୀ ବେହେରାଙ୍କୁ ଅବଗତ ଏଥି ନିମନ୍ତେ ଅବଗତ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଅକରୁଆ ପଞ୍ଚାୟତ ସମଗ୍ର ଜିଲ୍ଲାରେ ଆଇ.ଏସ.ଓ ସାର୍ଟିଫିକେଟ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।


