ନିଖିଳ ଗଞ୍ଜାମ ସାତ ତାଲୁକା କୈବର୍ତ୍ତ ସମାଜ କର୍ମକର୍ତ୍ତା ଚୟନ

ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ସହରର ରାଣୀପଡା କୈବର୍ତ୍ତ ସମାଜ ଗୃହରେ ମଇ ୧୫ ତାରିଖ ଦିନ ଆଠଗଡ ସାତ ତାଲୁକା ପୋଲସରା ମୁଠା (କ) କୈବର୍ତ୍ତ ସମାଜର କର୍ମକର୍ତ୍ତା ଚୟନ ଓ ନବ ନିର୍ବାଚିତ ମୁଠା ପରିଚାଳନା ପରିଷଦର ମାନ୍ୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି କାଳୀ ଚରଣ ବେହେରା ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବୈଠକରେ ସହମତି କ୍ରମେ ପଞ୍ଚାନନ ବେହେରାଙ୍କୁ ରାଜ୍ୟ ବେହେରା, ସଭାପତି ଭାବେ କାଳୀ ଚରଣ ବେହେରା, ଉପସଭାପତି ଭାବେ ରାଜୁ ବେହେରା, ସମ୍ପାଦକ ଭାବେ ସନ୍ତୋଷ କୁମାର ବେହେରା , ଯୁଗ୍ମ ସମ୍ପାଦକ ଭାବେ ରବିନ୍ଦ୍ର ବେହେରା , କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ବେହେରା, ମୁଠା ପାଇକ ଭାବେ ସୁବାଷ ବେହେରା, ଉପଦେଷ୍ଟା ଭାବେ ରାଜେନ୍ଦ୍ର ବେହେରା ଓ ପ୍ରିୟବ୍ରତ ବେହେରାଙ୍କୁ ଚୟନ କରାଯାଇଥିବାବେଳେ ପରିଷଦର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସନ୍ତୋଷ ବେହେରା, ଯୁଗଳ କିଶୋର ବେହେରା, କବିରାଜ ବେହେରା, ହିମାଂଶୁ ବେହେରା, ରାମଚନ୍ଦ୍ର ବେହେରା ଓ ରତ୍ନାକର ବେହେରା ମନୋନୀତ ହୋଇଥିଲେ। ସମସ୍ତ ନବ ନିର୍ବାଚିତ ମୁଠା ପରିଚାଳନା ପରିଷଦକୁ ଆଠଗଡ ତାଲୁକା ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଦେବରାଜ ବେହେରା, ଉପସଭାପତି ନାରାୟଣ ବେହେରା, ସମ୍ପାଦକ ଅଭିମନ୍ୟୁ ବେହେରା, ବରିଡା ମୁଠା ସଭାପତି ନିକୁଞ୍ଜ ବେହେରା, ପୂର୍ବତନ ବିଧାୟକ ସିମାଞ୍ଚଳ ବେହେରା, ଅଧ୍ଯାପକ ଚିତ୍ରସେନ ବେହେରା, ଜଗନ୍ନାଥ ବେହେରା, ଛଇଲ ବେହେରା, ମାଧବ ବେହେରା ସମେତ ସମାଜର ୪୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ