ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବନ୍ତ କପ୍ ଉଦ୍‌ଘାଟିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ବ୍ଲକ ସ୍ତରୀୟ ଷ୍ଟାଡିୟମ ଠାରେ ୨୪ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ (ବନ୍ତ କପ୍ -୨୦୨୬) ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଦିବସରେ ପୁଲ୍‌-‘ଏ’ର ପ୍ରଥମ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟସ କଟକ ଓ ଜେ.ଡି.ୱାଇ.ଏ.ସି ଜଗତସିଂପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତିି ରାଇଜିଂ ଷ୍ଟୁଡେଣ୍ଟ କଟକ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ୍ ହରାଇ ୨୧୬ ରନ୍ କରିଥିଲା । ଦଳ ପକ୍ଷରୁ ରାମ ଚନ୍ଦ୍ର ବେହେରା ଧୂଆଁଧାର ବ୍ୟାଟିଂ କରି ୫୬ ବଲ୍‌ରେ ୯ଟି ଚୌକା ଓ ୧୦ଟି ଛକା ସହାୟତାରେ ଅପରାଜିତ ୧୨୪ ରନ୍ କରିଥିଲେ । ତାଙ୍କ ସହିତ ପ୍ରତ୍ୟୁଷ ପ୍ରଧାନ ୩୨ ବଲରୁ ୭୦ ରନ୍ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ଦଳର ବୋଲର ନଟରାଜ ବେହେରା ୧ ଓ ବସନ୍ତ ପ୍ରଧାନ ୧ ଉଇକେଟ ନେଇଥିଲେ । ଜବାବରେ ଜେ.ଡି.ୱାଇ.ଏ.ସି ଜଗତସିଂପୁର ଏହି ବିଶାଳ ରନ୍‌କୁ ପିଛା କରି ୨୦ ଓଭରରେ ୭ ଉଇକେଟ ହରାଇ ୧୫୩ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ନଟରାଜ ବେହେରା ସର୍ବାଧିକ ୪୬ ଏବଂ ବସନ୍ତ ପ୍ରଧାନ ୩୫ ରନ୍ କରିଥିଲେ । ପ୍ରତିପକ୍ଷ ଦଳ ରାଇଜିଂ ଷ୍ଟୁଡେଣ୍ଟସର ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୩ ଉଇକେଟ ନେଇଥିଲେ । ଆଜିର ମ୍ୟାଚରେ ଅମ୍ପାୟର ଭାବେ ସେକ୍ ୟାକତ୍ ଅଲ୍ଲୀ, ଶାନ୍ତନୁ ରାଉତ, ଲିପୁନ ବିଶ୍ୱାଳ, ଭାଷ୍ୟକାର ଭାବେ ସଞ୍ଜୟ କୁମାର ମଜୁମଦାର, ଆଶିଷ ଚକ୍ରବର୍ତ୍ତୀ, ସୁଧାଂଶୁ ଶେଖର ମହାନ୍ତି, ସ୍କୋରର ଭାବେ ଜ୍ୟୋତି ରଞ୍ଜନ ଜେନା, ଶିଶିର ବିଶ୍ୱାଳ ଦାୟୀତ୍ୱ ତୁଲାଇଥିଲେ । ପ୍ରାରମ୍ଭରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲାପାଳ ଦୀଲିପ ରାଉତରାଏ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଟୁର୍ଣ୍ଣମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିଟିର ବରିଷ୍ଠ ଉପଦେଷ୍ଟା ଡ.ସୁଧାଂଶୁ ଶେଖର ନାୟକ, ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ସୁବାଷ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ଅରୁଣ କୁମାର ନାୟକ, କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ଆଇନଜୀବି ମାଧବାନନ୍ଦ ଦାସ, ସମାଜସେବୀ ସୁବାସ ଦାସ, ବରିଷ୍ଠ ସଦସ୍ୟ କେଦାରନାଥ ମହାନ୍ତି, ଅଜୟ ନାୟକ, ଧନଞ୍ଜୟ ବିଶ୍ୱାଳ, ରବିନ୍ଦ୍ର ବିଶ୍ୱାଳ, ଡ.ଶୁଭେନ୍ଦୁ କୁମାର ମିଶ୍ର, ତ୍ରିଲୋଚନ ବେହେରା, ଆଲୋକ ରାଉତ, ସୁଧିର କୁମାର ନାୟକ, କାହ୍ନା ନାୟକ, ସାଇସତ୍ୟ ନାୟକ, ଅନୁପ ନାୟକ, ଅବନି ମଲ୍ଲିକ, ବ୍ରହ୍ମାନନ୍ଦ ପରିଡା, ସାଇପ୍ରସାଦ ସାହୁ, ମଳୟ ଜେନା, ଗୌରାଙ୍ଗ ବେହେରା, ମୁନ୍ନା ଖିଲାର ପ୍ରମୁଖ ସହଯୋଗ କରିଥିଲେ । ଶାନ୍ତି ୟୁଥ୍ ଆସୋସିଏସନ ବନ୍ତ ପକ୍ଷରୁ ଆୟୋଜିତ ଆସନ୍ତାକାଲି(ସୋମବାର) ପୁଲ-‘ଏ’ର ୨ୟ ମ୍ୟାଚ୍ ବିଶ୍ୱ ଭାରତୀ କ୍ରିକେଟ କ୍ଲବ କଟକ ଓ ଇଷ୍ଟ କୋଷ୍ଟ ରେଲୱେ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟକମିଟିର ବରିଷ୍ଠ ସଦସ୍ୟ ଚିତ୍ତ ରଞ୍ଜନ ନାୟକ ଓ ବିପିନ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ