ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘର ଗଣଧାରଣ

ମୁନିଗୁଡ଼ା,୨୨/୯ (ନନ୍ଦ କିଶୋର ପଟ୍ଟନାୟକ):ରାଜ୍ୟ ସଂଘର ନିର୍ଦେଶ କ୍ରମେ ମୁନିଗୁଡ଼ା ବ୍ଲକ୍ ଜିପିଏଲଏଫ୍ କର୍ମୀ ସଂଘ ତରଫରୁ ସଂଘର ସଭାନେତ୍ରୀ ରୂପବତୀ ନାଲା ଓ ସମ୍ପାଦିକା ଅମ୍ବିକା ନାୟକଙ୍କ ମିଳିତ ସଂଯୋଜନାରେ ବ୍ଲକର ୧୭ଟି ଗ୍ରାମ ପଞ୍ଚାୟତର ବ୍ୟାଙ୍କ ମିତ୍ର, କୃଷି ମିତ୍ର,ଏମ୍ବିକେ,ଏଲ୍ଏସିପି,ସିଆରପି, ପ୍ରାଣୀମିତ୍ର ସହ ଜିପିଏଲ୍ଏଫ୍ ମିଶନ୍ ଶକ୍ତି କର୍ମୀ ସଂଘ ସଦସ୍ୟା ମାନେ ଏକତ୍ରିତ ହୋଇ ୬ମାସର ବକେୟା ପାରିଶ୍ରମିକ ଓ ବେଷ୍ଟ ପରଫମାନ୍ସ ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ପାଇବା ଦାବିରେ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସି ରହିଥିବା ସହ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଉଥିବା ଦେଖାଯାଇଛି l ସୂଚନା ଅନୁଯାଇ ଗତ ସେପ୍ଟେମ୍ବର ୧୫ ତାରିଖ ଦିନ ୩୧୪ଟି ବ୍ଲକର ସିଏସଏସ ମାନେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ନେଇ ଧାରଣା ଦେଇଥିଲେ। ପରେ ସିଏମଡିଙ୍କ ସହିତ ଆଲୋଚନା ପରେ ସିଏସଏସ ମାନେ ଧାରଣା ପ୍ରତ୍ୟାହାର କରିବା ସହିତ ପ୍ରୋତ୍ସାହନ ମୂଳକ ଅତିରିକ୍ତ ବୋନସ ନନେବା ପାଇଁ ଦାବି ରଖିଥିଲେ। ପୂର୍ବରୁ ସ୍ଥାୟୀ ସମାଧାନ ନିମନ୍ତେ ସରକାରଙ୍କ ସହିତ ସେମାନଙ୍କ ଆଲୋଚନା ହୋଇଥିଲା l ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆଶା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନଥିଲା ଏବେକୁ ସପ୍ତାହ ବିତିବା ପରେ ନିର୍ଦ୍ଧାରିତ ପାରିଶ୍ରମିକ ରାଶି ସମ୍ବନ୍ଧୀୟ ଚିଠି ଆସିଲା ନାହିଁକି କୌଣସି ସଠିକ ସୂଚନା ମଧ୍ୟ ମିଳିଲା ନାହିଁ l ତେଣୁ ବାଧ୍ୟ ହୋଇ ସୋମବାର ଠାରୁ ସଂଘର ଶତାଧିକ କର୍ମୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଧାରଣାରେ ବସିଛନ୍ତି l ଯେ ପର୍ଯ୍ୟନ୍ତ ଦାବିର ସ୍ଥାୟୀ ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଧାରଣା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଘର ସଭାପତି ରୂପବତୀ ନାଲା ଓ ସମ୍ପାଦିକା ଅମ୍ବିକା ନାୟକଙ୍କ ସମେତ ସମସ୍ତ ବ୍ୟାଙ୍କ ମିତ୍ର,କୃଷି ମିତ୍ର,ଏମ୍ବିକେ,ଏଲ୍ଏସିପି, ସିଆରପି, ପ୍ରାଣୀମିତ୍ର ମାନେ ସାମୁହିକ ଭାବେ ପ୍ରକାଶ କରିଛନ୍ତି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ