ଅଲ୍ ଓଡିଶା ପେଣ୍ଟିଙ୍ଗ ଆର୍ଟିଷ୍ଟ ୱାର୍କର ଆସୋସିଏସନ ତରଫରୁ ବିଡ଼ିଓଙ୍କୁ ୧୦ ଦଫା ଦାବି ପ୍ରଦାନ
ନାଉଗାଁ,(ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ଅଲ୍ ଓଡିଶା ପେଣ୍ଟିଙ୍ଗ ଆର୍ଟିଷ୍ଟ ୱାର୍କର ଆସୋସିଏସନର ଜିଲ୍ଲା କମିଟି ତରଫରୁ ୧୦ ଦଫା ସମ୍ବଳିତ ଦାବି ପତ୍ର ନାଉଗାଁ ବ୍ଲକ ବିଡ଼ିଓ ନିରଞ୍ଜନ ପରିଡାଙ୍କୁ ପ୍ରଦାନ କରିଛନ୍ତିଜ୍ଝ ସେମାନଙ୍କ କହିବା ମୁତାବକ କିଛି ଅସାଧୁ କର୍ମଚାରୀମାନେ ଚିତ୍ରଶିଳ୍ପୀ ସଂଘର ସଦସ୍ୟଙ୍କୁ ଅଣଦେଖା କରି ଅଣ ସଂଘ କଳାକାରଙ୍କୁ ଧରି କାର୍ୟ୍ୟ କରାଉଛନ୍ତି। ଯଦି ଆଗାମୀ ଦିନରେ ଅଧିକାରୀମାନେ ସେଥିରୁ ନିବୃତ ନ ହୁଅନ୍ତି ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ତରଫରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ରାଜ୍ୟ ସଂଯୋଜକ ପ୍ରଭାତନଳିନୀ କାଣ୍ଡି , ଜିଲ୍ଲା ସମ୍ପାଦକ ଜ୍ୟୋତିରଞ୍ଜନ ରାୟ, ଜିଲ୍ଲା ସଭାପତି ଲୋକନାଥ ଦାସ ,ଜିଲ୍ଲା ସଂଯୋଜକ ନାରାୟଣ ଦାସ , ନାଉଗାଁ ବ୍ଲକ ସଭାପତି ଶାରଦା ଚରଣ ଦାସ , ସଭ୍ୟ ସଞ୍ଜୟ ସେଠୀ , ଦୈତାରୀ ମନ୍ଥନ ଆଦି ଉପସ୍ଥିତ ଥିଲେ।


