ଖଳାରୁ ଧାନ ଚୋରି ଅଭିଯୋଗ

ବନ୍ତ,(ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବିଳମ୍ବିତ ରାତିରେ ବନ୍ତ ଥାନା ଅଧିନ ଭଣ୍ଡାରଗଢିଆ ଗ୍ରାମର ପ୍ରତାପ ଜେନାଙ୍କ ଖଳାରୁ ଧାନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୩ ଦିନ ତଳେ ଶ୍ରୀ ଜେନା ଚାଷ ଜମିରୁ ମେସିନରେ ଧାନ କାଟି ନିଜ ଖଳାରେ ୧୮ ବସ୍ତା ଧାନ ରଖିଥିଲେ । ମଙ୍ଗଳବାର ରାତି ୧୦ଟା ୩୦ ପର୍ଯ୍ୟନ୍ତ ଖଳାରେ ସମସ୍ତ ଧାନ ଥିବା ସେ ଦେଖିଥିଲେ । ମାତ୍ର ବୁ ଧବାର ସକାଳେ ସେ ଖଳାକୁ ଯାଇ ଦେଖିବା ବେଳକୁ କେହି ଦୃବୁର୍ତ୍ତ ୧୨ ବସ୍ତା ଧାନ ଚୋରି କରି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୮ ହଜାର ଟଙ୍କା ହେବ । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ