ନୂଆରମ୍ପାସ ଗ୍ରାମରେ କ୍ଷୁଦ୍ର କ୍ରୀଡା ବିକାଶ କେନ୍ଦ୍ର ନାମରେ ଦୁର୍ନୀତି ଅଭିଯୋଗ

ହାଟଡିହି (ବିକାଶ ବିଶ୍ବାଳ): ପୂର୍ବ ବିଜେଡି ସରକାର ସମୟରେ  ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। କେଉଁଠି ଫଳକ ଲଗାଯାଇ ଅନୁଦାନ ଉଠା ହୋଇଛି ତ ଆଉ କେଉଁଠି ନିମ୍ନ ମାନର କାମ କରି ଅନୁଦାନ ଉଠାଯାଇଛି। ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ନୂଆ ରମ୍ପାସ ଗ୍ରାମରେ । ଗ୍ରାମର ଯୁବକ ମାନଙ୍କ ଅଭିଯୋଗ ଅନୁସାରେ ୨୦୨୩/୨୪ ଆର୍ଥିକ ବର୍ଷରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ କ୍ଷୁଦ୍ର କ୍ରୀଡ଼ା ବିକାଶ କେନ୍ଦ୍ର ନାମରେ ୬ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏହାର କାର୍ଯ୍ୟାଦେଶ ବାହାରି ଥିବା ବେଳେ ଗ୍ରାମର କିଛି କୁଜି ନେତା ମାତ୍ର ୧୨୦ ସ୍କୋୟର ଫୁଟର ଘର କରିଦେଲେ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାମ ସରିଲା ନାହିଁ। ବାସ୍ତବରେ ଲକ୍ଷେ ଟଙ୍କା ଭିତରେ ଏହି ଘର ନିର୍ମାଣ ହୋଇଥିବା ଶାନ୍ତନୁ ଖୁଣ୍ଟିଆ , ଗୋପାଳ କୃଷ୍ଣ ସେନାପତି , ପ୍ରବୀର କୁମାର ନାୟକ, ଅକ୍ଷୟ କୁମାର ସାହୁ , ଶୁଶାନ୍ତ କୁମାର ସନ୍ଧିବିଗ୍ରହ, ମାନଗୋବିନ୍ଦ ଖୁଣ୍ଟିଆ , ଗଣେଶ୍ୱର ରାଉତ , ସତ୍ୟପ୍ରକାଶ ଖୁଣ୍ଟିଆ , ପ୍ରଦିପ କୁମାର ଜେନା , ଶଙ୍କର୍ଷଣ ରାଉତ , ରୁପକ ବାରିକ , ସୁରଜ ସେନାପତି , ଦିପକ ଜେନା , ସୁଶିଲ କୁମାର ପେରେଇ , ନିଶାନ୍ତ ନାୟକ , ଦେବେନ୍ଦ୍ର ରାଉତ ।ପ୍ରମୁଖ ଅଭିଯୋଗ କରିଛନ୍ତି। ସବୁଠାରୁ ବଡ କଥା ହେଲା ଯେ ଏହି ଘରର ବାରଣ୍ଡା ଟି ଏବେ ବିଭିନ୍ନ ସ୍ଥାନରେ ଫାଟି ମେଲେଇ ଗଲାଣି। ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ପୁର୍ବରୁ ଖେଳ ପଡିଆ ନିର୍ମାଣ ନାମରେ ଆସିଥିବା ଅନୁଦାନରେ ପଡ଼ିଆରେ ମାଟି ପକାଇ ଦେଲେ ଯେ ତାହାକୁ ସମତୁଲ କଲେ ନାହିଁ। ଫଳରେ ୭ବର୍ଷ ହେଲା ଗାଁ ର ପିଲାମାନେ ପଡିଆ ଅଭାବରୁ ଖେଳକୁଦରୁ ବଞ୍ଚିତ ହୋଇଛନ୍ତି। ଜିଲାପାଳ ଏହାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବକ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରେ  ସେ  କଣ ହୋଇଛି ତଦନ୍ତ କରିବା ପରେ ଯାହା ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ