ମୂଗୁପୂର ଠାରେ ଶୌଚାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗ
ହାଟଡିହି -(ଓ୍ବାଇଏନଏସ): ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ମୂଗୁପୂର ଠାରେ ତିନି ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶୌଚାଳୟ ରେ ପୁରୁଷ, ମହିଳା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ତିନୋଟି ପୃଥକ୍ କୋଠରୀରେ ତିନୋଟି ଶୌଚାଳୟର ବ୍ୟବସ୍ଥା ରହିବାର ଥିଲେ ବି ଏଠାରେ ତାହାର ବ୍ୟତିକ୍ରମ ହୋଇଛି। କେବଳ ଦୁଇଟି କୋଠରୀ ନିର୍ମାଣ କରାଯାଇ ପୁରୁଷ ଓ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ କରାଯାଇ ଥିବାବେଳେ ଭିନ୍ନକ୍ଷମ ଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ଶୌଚାଳୟ ଉପରେ ପାଣି ଟାଙ୍କି ସହିତ ପାଣିର ବ୍ୟବସ୍ଥା କରାଯାଇ ନାହିଁ, କିନ୍ତୁ ସମସ୍ତ ବିଲ ହୋଇଯାଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ଏଷ୍ଟିମେଟ ଅନୁଯାଇ କାମ ହୋଇଛି, ମାତ୍ର ଲକ୍ଷେ ଟଙ୍କାର ବିଲ୍ ହୋଇଛି ବୋଲି କହିଛନ୍ତି।