ଅତ୍ୟାଧୁନିକ ମେଡିକାଲର କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଠାରୁ ଆରମ୍ଭକରି ସହରାଞ୍ଚଳର ପର୍ଯ୍ୟନ୍ତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ରାଜ୍ୟ ରାଜ କୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ବିଭାଗ ଦାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଥିବା କହୁଥିବା ବେଳେ କିଛି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଓ ଲାଭ ଖୋର ମନବୃତି ପାଇଁ ଏଭଳି ବିଭିନ୍ନ ଉନ୍ନୟନ କାମ ଆରମ୍ଭରୁ ହିଁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହି କାମ ଗୁଡିକର ସ୍ଥାୟୀତ୍ଵ ଉପରେ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଏଭଳି ଏକ ନିମ୍ନ ମାନର ନିର୍ମାଣ ଧୀନ କାର୍ଯ୍ୟ ଦେଖିବାକୁ ମିଳିଛି ଆଦିବାସୀ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ପୂର୍ବ ସରକାର ଅତି ଆଧୁନିକ ସ୍ଵାସ୍ଥ୍ୟ କେନ୍ଦ୍ର ରାୟଗଡା ଓ କଲ୍ୟାଣସିଂହପୁର ମୁଖ୍ୟ ରାସ୍ତା ନିକଟରେ ରାଜ୍ୟ ସରକାରଙ୍କ କେଉଁ ବିଭାଗ ତରଫରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ ଏକ ସୁଉଚ୍ଚ କୋଠା ନିର୍ମାଣ କାମ ଚାଲୁ ଅଛି ଓ କିନ୍ତୁ କାମ ଆରମ୍ଭରୁ ନିର୍ମାଣ ଦାୟିତ୍ବରେ ଥିବା ଠିକାଦାର ବିଭାଗୀୟ ଯନ୍ତ୍ରୀଙ୍କ ଛତ୍ରଛାୟା ତଳେରହି ଅତି ନିମ୍ନମାନର କାର୍ଯ୍ୟ ଯାହାକି କୋଠାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହି କୋଠା କାମରେ ବ୍ୟବହାର ହେଉଥିବା ସିମେଣ୍ଟ ଠାରୁ ଆରମ୍ଭ କରି ବାଲି ଇଟା ସହ ସମସ୍ତ କଞ୍ଚାମାଲ ମଧ୍ଯ ନିମ୍ନ ମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି Iସ୍ଥାନୀୟ ଲୋକଙ୍କ ଅଭିଯୋଗ ପ୍ରକାରେ ଏହି କୋଠା ନିର୍ମାଣ ହେବା ଆଗରୁ ପାଣି ପାଇଁ ନଳ କୂପ ଖୋଳି ପର୍ଯ୍ୟାପ୍ତ ପାଣି ପକାଇବା କଥା। କିନ୍ତୁ ଏଠାରେ ପାଣି ଟାଙ୍କି ଆଣି ଛିଞ୍ଚି ଛିଞ୍ଚି ପାଣି ପକାଇ କାର୍ଯ୍ୟ କରୁହିବାରୁ କେତେ ଶକ୍ତ ରହିବ ଓ ନିର୍ମାଣ ପରେ ଫାଉଣ୍ଡେସନ, ପିଲର, ଛାତ ଓ କାନ୍ଥ ଗୁଡାକର ସ୍ଥାୟୀତ୍ୱକୁ ନେଇ ଅଞ୍ଚଳବାସୀ ସନ୍ଦେହେ ପ୍ରକାଶ କରିଛନ୍ତି। ପୂର୍ବରୁ ଗୋଟିଏ ଦୁଇ ମହଲା କୋଠା ନିର୍ମାଣ କରାଯାଇଛି। କୌଣସି ସରକାରୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ତିଆରି କରିବାର ନିୟମ ରହି ହେଲେ ଏଠାରେ ସୂଚନା ଫଳକ ମଧ୍ଯ ନାହିଁ କେଉଁ ବିଭାଗର କାମକିଏ କରୁଛି,ଟେଣ୍ଡର ନେଇଥିବା ଠିକାଦାରଙ୍କ ନାମ, କେତେ ବର୍ଷ ରକ୍ଷଣା ବ୍ୟକ୍ଷଣ କରିବ,କେତେ ଅଟକଳ ମୂଲ୍ୟ ରହିଛି, ଦୈନିକ ମଜୁରୀ କେତେ, ଆର୍ଥକ ବର୍ଷ କଣ, କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ କେତେ ରହିଛି, ସେ ବିଷୟରେ କିଛିବି ତଥ୍ୟ ଜଣାପଡ଼ୁନି। ଠିକାଦାର ଯେଉଁ ଢଙ୍ଗରେ କାମ କରୁଛନ୍ତି ବିଲଡିଂ କେତେ ଦିନ ଲାଷ୍ଟିଙ୍ଗ କରିବ ତାହା କହିବା ମୁସ୍କିଲ ହୋଇ ଯାଇଛି । ଏହି କଥାରେ ବ୍ୟବହାର କରାଯାଉଥିବା ଲୁହା ଛଡ, ସିମେଣ୍ଟ ଓ ବାଲି ଅତି ନିମ୍ନମାନର । ତା ଛଡା, ସିମେଣ୍ଟ, ବାଲିର ଭାଗ ମାପ ସମାନ ରହୁନାହିଁ । ପିଲର କାର୍ଯ୍ୟରେ ଢଳା ଯାଉଥିବା କଂକ୍ରିଟରେ ଯେତିକି ସିମେଣ୍ଟ, ଚିପ୍ସ ଓ ବାଲି ମିଶେଇବା କଥା ସେତିକି ପରିମାଣରେ ମିଶାଉ ନାହାନ୍ତି । ଏପରିକି କଂକ୍ରିଟରେ ମଧ୍ୟ ଲୋକାଲ ବାଲି ଲୋକାଲ ସିମେଣ୍ଟ ଓ ଲୋକାଲ ମେଟାଲର ବହୁତ ବ୍ୟବହାର ହେଉଛି। କାନ୍ଥ ଇଟା ଯୋଡେଇ କାମ ଚାଲିଛି ହେଲେ ସେଥିରେ ପାଣି ମଧ୍ୟ ଠିକରେ ଦିଆଯାଉନି I ତେଣୁ ସ୍ଥାନୀୟ ଲୋକେ ଠିକାଦାରଙ୍କ ଏଭଳି ମନମୁଖୀ କାର୍ଯ୍ୟକୁ ବିଲକୁଲ ବି ପସନ୍ଦ କରୁନାହାନ୍ତି । ଏଥିରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ରହିଥିବା ସାଧାରଣରେ ସନ୍ଦେହ କରାଯାଉଛି। ତେଣୁ ଜିଲ୍ଲା ପ୍ରଶାସନ ଏକାର୍ଯ୍ୟ ଉପରେ ଦୃଷ୍ଟି ରଖିବା ସହିତ ଠିକାଦାରର କାର୍ଯ୍ୟକଳାପକୁ ଯାଞ୍ଚ କରିବା ସହ ସ୍ବତନ୍ତ୍ର ଅଧିକାରୀଙ୍କ ସହ ତଦନ୍ତ କରିବାକୁ ଦାବୀ ହୋଇଛି। ଜିଲ୍ଲା ପ୍ରସାସନ ଓ ବିଭାଗୀୟ ଅଧିକାରୀ ନିୟମିତ ଯାତାୟାତ କରିବା ସମୟରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।


