ସରକାରୀ ଅନୁଦାନରେ ବ୍ୟକ୍ତିଗତ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ପଂଚାୟତରେ ନିର୍ମାଣ କରାଯାଇଥିବା ରାସ୍ତାରେ ସରକାରୀ ଅନୁଦାନରେ ନିର୍ମାଣ କରାଯାଇଛି। କିନ୍ତୁ ଏହି ରାସ୍ତା ଦୁଇଟି ବ୍ୟକ୍ତିଗତ ଜମିରେ ନିର୍ମାଣ କରାଯାଇଥିବା ଉକ୍ତ ପଂଚାୟତ ଅରଖପାରୀ ଗ୍ରାମର ପ୍ରଦୀପ୍ତ କୁମାର ସାହୁ ବିଡିଓ ନିରଞ୍ଜନ ପରିଡାଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ଏହି ପଂଚାୟତ ମଧୁପୁର ଗ୍ରାମର ରବିନ୍ଦ୍ର ବେହେରାଙ୍କ ଗୃହ ଠାରୁ ଚନ୍ଦ୍ରମଣୀ ବେହେରାଙ୍କ ଗୃହ ପର୍ଯ୍ୟନ୍ତ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି। ଏହି ପ୍ଳଟଟି ଘରବାରୀ ପ୍ଳଟ ହୋଇଥିବା ବେଳେ ପ୍ଲଟ (ସଂଖ୍ୟା-୨୭୧,୨୫୫) ଅଟେ। ସେହିପରି ବେଣାପଡା ଗ୍ରାମର କୁଶନ ଦାସ ଘର ସମ୍ମୁଖରେ ନିର୍ମାଣ କରାଯାଇଥିବା ରାସ୍ତା ଯାହାର ପ୍ଳଟ (ସଂଖ୍ୟା-୫୯୦)ଅଟେ। ଏହି ପ୍ଳଟଟି ମଧ୍ୟ ଘରବାରୀ ପ୍ଳଟ ଅଟେ। ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କରିବାର ସରକାରୀ ନିୟମ ନଥିବା ବେଳେ ଏଠାରେ କିପରି ରାସ୍ତା ନିର୍ମାଣ କରାଯାଇଛି। ତେଣୁ ଉକ୍ତ ରାସ୍ତା ଦ୍ୱୟକୁ ତଦନ୍ତ କରାଯାଇ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି। ଅନ୍ୟପଟରେ ଏହି ବ୍ଲକରେ କେବଳ ଏହି ଗୋଟିଏ ପଂଚାୟତ ନୁହେଁ, ଅଧିକାଂଶ ପଂଚାୟତରେ ବ୍ୟକ୍ତିଗତ ଜାଗାରେ ସରକାରୀ ଅନୁଦାନରେ ରାସ୍ତା ନିର୍ମାଣ କରାଯାଇ ରାସ୍ତାର ଚାରିପଟରେ ପାଚେରୀ ନିର୍ମାଣ କରାଯାଉଥିନା ଅଭିଯୋଗ ହେଉଛି। ଏବିଷୟରେ ବିଡିଓ ପରିଡାଙ୍କୁ ପଚାରିବାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥଲେ।


