ମହିଳା ମହାବିଦ୍ୟାଳୟରେ ଆମ ଗୌରବ ଆମ କଲେଜ କାର୍ଯ୍ୟକ୍ରମ

ଆସିକା(ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ମଙ୍ଗଳବାର ଆମ ଗୌରବ ଆମ କଲେଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ମାଝୀ, ଡଃ କେ.ଓମ୍‍ ନାରାୟଣ ରାଓ, ଡଃ ଲୀନା ଲିଲିୟାନ୍‍, ଡଃ ସୁପ୍ରିୟା ଦାଶ, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ଡଃ ଜୟପ୍ରଦା ମହାପାତ୍ର, ଡଃ ପ୍ରମୋଦ ତିଆଡି, ବସନ୍ତ ମାଝୀ, ଧବଳେଶ୍ୱର ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆମ ଗୌରବ ଆମ କଲେଜ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପୂର୍ବତନ ମହିିଳା କମିଶନର ନମ୍ରତା ଚଢା ଆଭାସି ମାଧ୍ୟମରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଆମ ଗୌରବ ଆମ କଲେଜ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରାୟ ୪ ଶହରୁ ଉର୍ଦ୍ଧ୍ୱ ଛାତ୍ରୀ ଯୋଗଦେଇଥିବା ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ