ମୋ କଟକ ସୁରକ୍ଷା ମଞ୍ଚର ବନ୍ଧୁମିଳନ

କଟକ (ଓ୍ବାଇଏନଏସ): କଟକ ମଧୁପାଟଣା ସ୍ଥିତ ପ୍ରମିଳା ମଣ୍ଡପରେ ମୋ କଟକ ସୁରକ୍ଷା ମଞ୍ଚର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମଞ୍ଚ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ମୂଖ୍ୟ ଉପଦେଷ୍ଟା ଚୌଧୁରୀ ପ୍ରଭାତକେଶରୀ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ମୂଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ,ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ଵାଳ,ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ୍,ପୁର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଓଡିଶା ସୂଚନାଅଧିକାର ଅଭିଯାନ ରାଜ୍ୟ ଆବାହକ ପ୍ରଦିପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କଟକ ସହର ପାଇଁ କରାଯାଉଥିବା ଜନ ହିତକର କାର୍ଯ୍ୟଗୁଡିକ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନ ତରଫରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇ ଅତିଥୀମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା।ନିମନ୍ତ୍ରିତ ଅତିଥି ଭାବେ ଯୁବ-ସମାଜସେବୀ ସୁଶାନ୍ତ ପାତ୍ର,ସମାଜସେବୀ ଅଶୋକ କୁମାର ମହାନ୍ତି, କ୍ଷୀରୋଦ କୁମାର ସାହୁ,ସୁବ୍ରତ ସାମନ୍ତରାୟ,ଅବସରପ୍ରାପ୍ତ ପ୍ରାଧ୍ୟାପକ ସେଖ୍ କଲ୍ଲିମୁଲା, ନାରୀନେତ୍ରୀ ନମିତା ମଞ୍ଜରୀ ସାହୁ,ବିଜୟଲକ୍ଷ୍ମୀ ମହାପାତ୍ର ,ବିଶ୍ଵଜିତ ସୂର୍ଯ୍ୟବଂଶୀ, ଗଣେଶ ଚନ୍ଦ୍ର ରାଉତ,ଆଶୁତୋଷ ମହାନ୍ତି, ସମାଜସେବୀ ବଦ୍ରିନାରାୟଣ ଲେଙ୍କା,ଅଭିମନ୍ୟୁ ଦାସ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହରିହର ସାମଲ,କଟକ ମହାନଗର ଶାନ୍ତିକମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁଙ୍କୁ ଉତ୍ତରୀୟ,ପୁଷ୍ପଗୁଚ୍ଛ ଦେଇ ମଞ୍ଚ ପକ୍ଷରୁ ସମ୍ଭର୍ଦ୍ଧିତ କରାଯାଇଥିଲା। ପୁର୍ବାଞ୍ଚଳ ଶାନ୍ତିକମିଟି , ସାମାଜିକ ସଂଗଠନ, ସାମାଜିକ ମାନବାଧିକାର କର୍ମୀ, ପୂଜାକମିଟି ,ସାହିମୂରବୀ,ସାମ୍ବାଦିକ ବନ୍ଧୁଙ୍କୁ ମଞ୍ଚ ତରଫରୁ ସମ୍ଭର୍ଦ୍ଧିତ କରାଯାଇଥିଲା।ବନ୍ଧୁମିଳନ କାର୍ଯ୍ୟକ୍ରମରେ କୁନିପ୍ରତିଭା ଜ୍ୟୋତିକ୍ଷା ସାହୁ,ସୌମ୍ୟଜିତ ରାୟ,ମୁକୁଳିତା ମହାରଣା, ଡ.ବ୍ୟୋମକେଶ କାନୁନଗୋ, ରଶ୍ମିତା ସାହୁ ପ୍ରମୂଖ ସହଯୋଗ କରିଥିଲେ।ବନ୍ଧୁମିଳନ କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ କୁମାରଜାନୁଙ୍କ ସୁମଧୁର କଣ୍ଠରୁ ସଂଗୀତ ପରିବେଷଣ କରାଯାଇଥିବା ବେଳେ ମଞ୍ଚର ସଭାପତି ଅକ୍ଷୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ