ଆସିଲାନି ଆମ୍ବୁଲାନ୍ସ: ବୃଦ୍ଧାଙ୍କୁ ଦୁଇ କିମି ଭାର କରି ବୋହି ନେଲେ ଗ୍ରାମବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଅତ୍ୟନ୍ତ କଦର୍ଯ୍ୟ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲା ନାହିଁ. ଲୋକେ 80 ବର୍ଷର ଜଣେ ବୃଦ୍ଧାଙ୍କୁ ଭାର କରି ଡାକ୍ତରଖାନାକୁ ବୋହି ନେଲେ.ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ରେ ଥିବା ମଣିଢିଅ ଗାଁ ରେ। ଗାଁ ର ୮୦ରୁ ଉର୍ଦ୍ଧ ବୟସର ବୃଦ୍ଧା ହାଡ଼ିଆଣି ଶବର ଙ୍କ ହଟାତ ଦେହ ଅସୁସ୍ଥ ହୋଈ ପଡିଥିଲା। ହେଲେ ଗାଁ ଠାରୁ ମୁଖ୍ୟ ରାସ୍ତା କୁ ଯିବାକୁ ହେଲେ ଦୁଇ କିଲୋମିଟର ପଡିବା ସହ ରାସ୍ତାରେ ନାଳ ଓ କାଦୁଅ ପଚ ପଚ ରାସ୍ତା।ଯାହା ଫଳରେ ଗ୍ରାମବାସୀ ଏକାଠି ହୋଇ ବୃଦ୍ଧା ମାଙ୍କୁ ଭାର ସାହାଯ୍ୟରେ କାଦୁଅ ପଚ ପଚ ରାସ୍ତା ରାସ୍ତାରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ ପରେ ଦିଗପହଣ୍ଡି ମେଡିକାଲ କୁ ଅଟୋ ସାହାର୍ଯ୍ୟ ରେ ଚିକିତ୍ସା ପାଇଁ ନିଆ ଯାଇଥିଲା|ଏହି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |